
ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ସ୍ଥିତ ସୋନି ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କର୍ମୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ ମାନସିଥିଲେ | ଭାରତୀୟ ସଂସ୍କୃତି ରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ର ଏହି ପର୍ବ ଅତ୍ୟନ୍ତ ନିଆରା ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ମଙ୍ଗଳ ମନାସିଥାଏ | ପ୍ରୋକ୍ଷରେ ଭାଇ ତାର ଭଉଣୀର ସୁରକ୍ଷା ପାଇଁ କଥା ଦେଇଥାଏ | ଏଣୁ ନିର୍ବାଚନ ମଣ୍ଡଳୀର ସବୁ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ପ୍ରତିବର୍ଷ ସେମାନଙ୍କ ଶୁଭମନାଶେ ବୋଲି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ, ଉପାଧ୍ୟକ୍ଷ ସେକ ଇର୍ସାଦ, ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲ, କୈଳାଶ ସେଠୀ, ପ୍ରଦୀପ ମହାନ୍ତି, ଯୁବ ବିଜେଡି ସଭାପତି ଦିଲୀପ ରାଉଳ, ଛାତ୍ର ବିଜେଡି ସଭାପତି ଲେନିନ ଦାସ, ସତ୍ୟଭୁଷଣ ମାଲିକଙ୍କ ସମେତ ବହୁ କର୍ମୀ ଓ ଶୁଭେଛୁ ଯୋଗ ଦେଇଥିଲେ | ସେହିପରି ବିଞ୍ଝାରପୁର ବିଜେପି ପକ୍ଷରୁ ସିଂହପୁର ସ୍ଥିତ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି | ବିଜେପି ନେତ୍ରୀ ବବିତା ମଲ୍ଲିକ ସର୍ବପ୍ରଥମେ ଗୋ ପୂଜା କରି ଗୋ ମାତାଙ୍କୁ ରାକ୍ଷୀ ବାନ୍ଧିଥିଲେ | ଏହାପରେ ଦଳୀୟ କର୍ମୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ସେମାନଙ୍କ ଶୁଭ ମାନସିଥିଲେ | ଏହି କାର୍ଯ୍ୟକ୍ରମ ରେ ନିରଞ୍ଜନ ବେଉରିଆ, ପୁରୁଷୋତ୍ତମ ବେହେରା, ସଞ୍ଜୟ ପତି, ମୁନା ସାହୁ, ଜ୍ୟୋତି ପ୍ରକାଶ ନାୟକ, ମୂଷା ସାମଲ, କିରଣ ସାହୁ ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟକ୍ତି ଯୋଗ ଦେଇଥିଲେ |