
ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ):ଭାଇ ଭଉଣୀର ପବିତ୍ର ପର୍ବ ରକ୍ଷା ବନ୍ଧନ। ଭଉଣୀ ଭାଇ ହାତରେ ସୁରକ୍ଷାର ସାକ୍ଷୀ ରାକ୍ଷୀଟିଏ ବାନ୍ଧି ଭାଇର ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାଏ। ଏମିତି ଜଣେ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ନିରାମୟ ସୁସ୍ଥ ଦୀର୍ଘାୟୁ କାମନା କରି ପୁଣି ଆର ବର୍ଷକୁ ପ୍ରତିଶୃତି ଦେଇ ଭଉଣୀ ମାନେ ଲୋତକ ଭରା ଆଖିରେ କହିଛନ୍ତି ‘ଭାଇ ତୁମେ ସୁସ୍ଥ ହୋଇ ଆସିବ, ଆଉ ଆମେ ଆସିବୁ ରାକ୍ଷୀ ବାନ୍ଧିବାକୁ,ଆଉ ଭଉଣୀ ମାନଙ୍କର ସେହି ବିଶ୍ୱାସ ଭଲପାଇବା ଆଉ ସ୍ନେହକୁ ଦେଖି ଭାଇ ଵି କହିଛି ‘ମୁଁ ନିଶ୍ଚୟ ଭଲ ହୋଇ ଆସିବି,ଆଉ ତମେ ସବୁ ଆସିବ ମୋ ହାତରେ ରାକ୍ଷୀ ବାନ୍ଧିବାକୁ’। ଏହା କୌଣସି ଫିଲ୍ମର ସଂଳାପ ନୁହଁ ବରଂ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ଗାଁର ଦୁଇଟି କିଡ଼ନୀ ହରାଇ କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଚାହିଁ ବସିଥିବା ନରେନ୍ଦ୍ର ଦଳେଇଙ୍କ ଏକ ମାତ୍ର ପୁତ୍ର କେଶବ ଚନ୍ଦ୍ର ଦଳେଇଙ୍କ ଦୁଃଖ ଭରା ସତ କାହାଣୀ। ସୂଚନା ଅନୁସାରେ କେଶବ ଭାଇ କିଛି ବର୍ଷ ହେବ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ ହଠାତ ଦିନେ ତାଙ୍କର ଦୁଇ ଗୋଡ଼ ଫୁଲିବାକୁ ଲାଗିଲା ତାପରେ ସେ ଗାଁକୁ ପଲେଇ ଆସିଲେ। ଗାଁ ରେ ଆଜି ଭଦ୍ରକ, କଟକ ହସ୍ପିଟାଲରେ ଦେଖାଇଲେ, ସୁନାମି ଝଡ଼ ସଦୃଶ୍ୟ ଦୁଇ କିଡ଼ନୀ ସମ୍ପୂର୍ଣ ଭାବରେ ନଷ୍ଟ ହେଇଛି ବୋଲି ଡାକ୍ତରୀ ପରୀକ୍ଷାରେ ଜଣା ପଡ଼ିଲା। ଏହି ଘଟଣାରେ ଆର୍ଥିକ ସାହାଯ୍ୟର ଅନୁରୋଧ ଖବର ପାଇ ରାଜ୍ୟ ତଥା ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ନିଜ ସଂଗଠନ ଓ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ନଗଦ ୭୦୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ କେଶବ ଭାଇଙ୍କ ଘରେ ଯାଇ ପ୍ରଦାନ କରି ଆସିଛନ୍ତି। ଏହା ସହ ସଂଗଠନର ଭଉଣୀ ମାନେ କେଶବଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇର କିଡ଼ନୀ ପ୍ରତ୍ୟାରୋପଣ ସହ ସୁସ୍ଥ ହୋଇ ସାଧାରଣ ଜୀବନକୁ ପୁଣି ଥରେ ଫେରି ଆସିବାକୁ ଭଗବାନଙ୍କ ନିକଟରେ କରିଛନ୍ତି ସମବେତ ପ୍ରାର୍ଥନା। ରାକ୍ଷୀ ପୁର୍ଣିମାରେ ଏପରି ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଅଧିନ ସାହାଯ୍ୟ ପାଇଁ ମାଖନପୁର ଗାଁର ଗ୍ରାମବାସୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସଂଗଠନକୁ ଧନ୍ୟବାଦ ଦିଆଯାଇଛି। ଯଦି କେହି ବଦାନ୍ୟ ବ୍ୟକ୍ତି କେଶବ ଭାଇଙ୍କୁ ଆର୍ଥିକ ସାହାଯ୍ୟ ପଠାଇ ସହଯୋଗ କରିବାକୁ ଇଛୁକ ତେବେ କେଶବ ଭାଇଙ୍କ ସମାନ ମୋବାଇଲ ନମ୍ବର ସହ ଫୋନପେ ଏବଂ ଗୁଗୁଲ ପେ ନମ୍ବର (୮୧୨୨୩୨୮୨୫୭) ରେ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ୱର-୪୨୦୭୧୯୬୬୭୪୦, IFSC-SBIN0009826, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଶାଖା-ଜାମୁଝାଡ଼ିରେ ପଠାଇ ପାରିବେ। ଏହି କାର୍ଯ୍ୟକ୍ରମରେ ପରିଷଦ ତରଫରୁ ସଭାପତି ପୃଥିବୀ ରଞ୍ଜନ ବେହେରା,ଶ୍ରୀଧର ପତ୍ରୀ,କୋଷାଧକ୍ଷ ସତ୍ୟବ୍ରତ ବେହେରା, କାର୍ତ୍ତିକ ରାଉଳ,ରମେଶ ମଣ୍ଡଳ, ବସନ୍ତ ଦଳେଇ,ରମାକାନ୍ତ ସ,ଦୀନବନ୍ଧୁ ବେହେରା,ତୁଷାର ଜେନା, ଧୀରଜ ବେହେରା, ଯୁଗଳ ପ୍ରଧାନ,ରଶ୍ମୀ ରଞ୍ଜନ ମଲ୍ଲିକ,ତାପସ ବେହେରା, ରେଣୁବାଳା ପରିଡ଼ା, ରଞ୍ଜିତା ଅଗସ୍ତି, ମମତା ଦଳେଇ,ମମତା ସାହୁ, ଜ୍ୟୋତ୍ସ୍ନା ରାଣୀ ନାୟକ, ପ୍ରଭାବତୀ ପ୍ରଧାନ,ପ୍ରମିଳା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ପରିଷଦ ତରଫରୁ ସମସ୍ତ ସଦସ୍ୟମାନଙ୍କୁ ଉପସଭାପତି ଅଞ୍ଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।