ନୂଆପଡା(ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ପ୍ରତିଦିନ ପ୍ରାୟ ୩୦୦ ଉର୍ଦ୍ଧ ବାହ୍ୟ ବିଭାଗ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେହିପରି ୧୦୦ ରୁ ଉର୍ଦ୍ଧ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହେଉଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫାର୍ମାସି ବିଭାଗରେ କେବଳ ୨ ଜଣ ଫାର୍ମାସି ଦ୍ବାରା ପରିଚାଳିତ ହୋଇଥିବା ବେଳେ ଔଷଧ ନେବା ପାଇଁ ରୋଗୀମାନେ ଦୀର୍ଘ ଲାଇନରେ ଅପେକ୍ଷା କରି ଔଷଧ ଗ୍ରହଣ କରିଥାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସବଡ଼ିଭିଜନ ହସଲ ଗୁଡ଼ିକୁ ୨୪/୭ ଖୋଲା ରଖିବା ଦରକାର। ଷ୍ଟାଫ୍ ଅଭାବ ହେତୁ ସ୍ୱାସ୍ଥ୍ୟ କେନ୍ଦ୍ର ମାତ୍ର ୧୨ ଘଣ୍ଟା – ସକାଳ ୮ ରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଛି। ବର୍ତ୍ତମାନ ମିଳିଥିବା ତଥ୍ୟ ଅନୁଯାୟୀ, ଏଠାରେ ଅତିକମ୍ ରେ ୫ ଜଣ ଫାର୍ମାସି କର୍ମଚାରୀ ଦରକାର ରହିଅଛି। ସକାଳ ବେଳେ ୨ ଜଣ, ଦିନ ବେଳେ ଏକ ଜଣ ଏବଂ ରାତ୍ରି ଶିଫ୍ଟ ୧ ଜଣ, ଏବଂ ଜରୁରୀ ସେବା ପାଇଁ ୧ ଜଣ ଆବଶ୍ୟକ ଅଛି। । କିନ୍ତୁ ବର୍ତ୍ତମାନ ମାତ୍ର ୨ ଜଣ ଅଛନ୍ତି। ସେବା ପ୍ରଦାନରେ ସମ୍ଭାଳିବା ସମ୍ଭବ ନୁହେଁ। ଏହା ବ୍ୟତୀତ, ପ୍ରତିଦିନ ୧୦ ରୁ ୨୦ ଜଣ କୁକୁର କାମୁଡ଼ା ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି,। ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ
