ଶିକ୍ଷକ ବଦଳି ରେ ଅନିୟମିତତା ପାଇଁ
ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ହାଜର ପାଇଁ ଜିଲ୍ଲାପାଳଙ୍କ ନୋଟିସ
ସ୍ତ୍ରୀ ଗୀତା ବେହେରା ଙ୍କୁ ମଧ୍ୟ ଅନିୟମିତତା ଜାଲରେ ଛନ୍ଦି ପକାଇଛନ୍ତି.
ମୟୁରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କର ବଦଳି ତଥା ରେସନାଲାଇଜେସନ ରୁଲରେ ବ୍ୟାପକ ହେରଫେର ହୋଇଅଛି ବୋଲି ବର୍ତ୍ତମାନ ଶିକ୍ଷକ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ନିଆ ନ ଥିଲେ ଧୁଆ ଆସେ ନାହିଁ ସେଥି ପାଇଁ ଜିଲ୍ଲା ଶିକ୍ଷଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମୟୁରଭଞ୍ଜ ଜିଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ଆସନ୍ତା ତା 30/7/25 ରିଖ ଦିନ ଅତିରିକ୍ତ ଜିଲ୍ଲା ପାଳଙ୍କ ଠାରେ ସମସ୍ତ କାଗଜାତ ପ୍ରମାଣପତ୍ର ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ନୋଟିସ କରାଯାଇଥିବାର ଜଣାଯାଇଛି. ଏପରିକି ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ସେଠୀ ରେସନାଲାଇଜେସନ ରୁଲରେ ଉଦେଶ୍ୟ ମୂଳକ ଭାବରେ ବ୍ୟାପକ ହେରଫେର ଯଥା ବଦଳି ପାଇଁ ନିୟମ ନ ଥିବା ଶିକ୍ଷକ ଙ୍କୁ ଅନ୍ୟ ତ୍ ବଦଳି କରାଯାଇଛି ବୋଲି ଶିକ୍ଷକ ମହଲ ରେ ଚର୍ଚା ହେଉଛି ଆଉ ବାରିପଦା ବ୍ଲକଶିକ୍ଷା କାର୍ଯ୍ୟାଳୟ ଅଧୀନରେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବରେ ଚାକିରୀ କରିଥିବା ନିଜ ସ୍ତ୍ରୀ ଗୀତା ବେହେରା ଙ୍କୁ ମଧ୍ୟ ଅନିୟମିତତା ଜାଲରେ ଛନ୍ଦି ପକାଇଛନ୍ତି. ଏଣୁ ତାଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବାର ଜଣାଯାଇଛି.
