ବାତ୍ୟା ‘ମୁରାସୁ’ ମୁକାବିଲା: ଘରେ ରୁହନ୍ତୁ ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ପ୍ରଶାସନ ର କଥା ମାନନ୍ତୁ….
କନ୍ଧମାଳ: ୦୨/୧୧/୨୦୨୬
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
ନଭେମ୍ବର ୩ ଓ ୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ଓ ଭୁସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ। ତେଣୁ ନଦୀକୂଳ, ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନରେ ଓ ପାହାଡ଼ ଉପତ୍ୟକା ରେ ରହୁଥିବା ଲୋକମାନେ ସତର୍କ ରୁହନ୍ତୁ। ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ। ପ୍ରବାହିତ ନଦୀ, ନାଳ କିମ୍ବା ଜଳମଗ୍ନ ରାସ୍ତା ପାର ହୁଅନ୍ତୁ ନାହିଁ। ବିଦ୍ୟୁତ୍ ଖୁଣ୍ଟ, ତାର ଓ ବଡ଼ ଗଛଠାରୁ ଦୂରେଇ ରୁହନ୍ତୁ। ବିଜୁଳି ମାରୁଥିବ ଥିବା ବେଳେ ବାହାରକୁ ବାହ ବାହାରନ୍ତୁନାହିଁ। ଆସନ୍ତା ୩ ଓ ୪ରେ ସମସ୍ତ ସ୍କୁଲ କୁ ଛୁଟି ଘୋଷଣା କରାଯାଇଛି, ଦରକାର ନଥିଲେ ଘରୁ ବାହାରନ୍ତୁ ନାହିଁ। ଘରେ ଆବଶ୍ୟକ ପରିମାଣର ଶୁଖୁଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଅ ଅନ୍ୟାନ୍ୟ ନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖନ୍ତୁ। ପିଇବା ପାଣିକୁ ଫୁଟାଇ ବ୍ୟବହାର କରନ୍ତୁ। ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। କୌଣସି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। କେବଳ ପ୍ରଶାସନ ଓ ପାଣି ସୂଚନାକୁ ଅନୁସରଣ କରନ୍ତୁ। ପାଣିପାଗ ବିଭାଗର ସରକାରୀ.
ନିବେଦକ: କନ୍ଧମାଳ ଜିଲ୍ଲା ପ୍ରଶାସନ, -ଜନହିତରେ ଜାରି –
