ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ଗୁରୁତର
ଉନ୍ନତ ଚିକିତ୍ସା ପାଇଁ ରାୟପୁରରେ ଭର୍ତ୍ତି, ସହାୟତା ପାଇଁ ପରିବାରର ଆକୁଳ ନିବେଦନ
ସିନାପାଲି, ୨୫/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସି ଗ୍ରାମରେ ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ କାବ୍ୟାଂଶ କୁମାର ଜଗତ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୦ଟି ବୁଲା କୁକୁର ଆକ୍ରମଣ କରିବାରୁ ଶିଶୁଟିଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ସିନାପାଲିରେ ଏବଂ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଶିଶୁଟିର ପିତା ଲିଙ୍ଗରାଜ ଜଗତ (ମନୋଜ) ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ପୁଅର ଚିକିତ୍ସା ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ସେ ସରକାର, ପ୍ରଶାସନ ଓ ସମାଜର ସହୃଦୟ ବ୍ୟକ୍ତିମାନଙ୍କୁ ଶିଶୁଟିର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି।
ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ବିବରଣୀ
ଖାତାଧାରୀଙ୍କ ନାମ: Lingaraj Jagat
ବ୍ୟାଙ୍କ: State Bank of India (SBI)
ଶାଖା: ସିନାପାଲି
ଖାତା ନମ୍ବର: 32023689019
IFSC କୋଡ୍: SBIN0005567
ଶିଶୁଟିର ଚିକିତ୍ସା ପାଇଁ ଆପଣଙ୍କ ଛୋଟିଆ ସହଯୋଗ ମଧ୍ୟ ପରିବାରକୁ ଏହି ସଙ୍କଟ ସମୟରେ ବଡ଼ ସାହାଯ୍ୟ ଯୋଗାଇପାରିବ। ତେଣୁ ମାନବିକତାର ପରିଚୟ ଦେଇ ଯଥାସମ୍ଭବ ସହଯୋଗ କରିବା ସହ ଏହି ସହାୟତା ନିବେଦନକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି।
