କେନ୍ଦୁମୁଣ୍ଡାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ।
ସିନାପାଲି ୧୫/୧୦, (ଧର୍ମେନ୍ଦ୍ର କୁମାର ଗହିର)( ନିପ୍ର)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ କେନ୍ଦୁମୁଣ୍ଡା କ୍ଲଷ୍ଟରର ସିଆରସିସି ମହେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା। ସିନାପାଲି ବ୍ଲକର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟବ୍ରତ ଗହୀର ମୁଖ୍ୟ ଅତିଥି, ହେରମ୍ବ ହଂସ ମୁଖ୍ୟ ବକ୍ତା ଏବଂ ରାଧେଶ୍ୟାମ ବିଶି, ଦୁର୍ଯ୍ୟୋଧନ ମାଝୀ ଓ ସନ୍ଧ୍ୟାରାଣୀ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମହୋତ୍ସବରେ ଚିତ୍ରାଙ୍କନ ସମେତ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅପରାହ୍ନ ୨ଟା ୩୦ରେ ଅନୁଷ୍ଠିତ ସମାପନୀ ଉତ୍ସବରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ନାଏକ ମୁଖ୍ୟ ଅତିଥି ଓ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମେହେର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ। ମହେନ୍ଦ୍ର ବାଗ ଓ କ୍ଲଷ୍ଟରର ସମସ୍ତ ଶିକ୍ଷକଙ୍କ ମିଳିତ ଉଦ୍ୟମରେ ମହୋତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହା ଶିଶୁଙ୍କ ପ୍ରତିଭା ବିକାଶ, ଆତ୍ମବିଶ୍ୱାସ ଓ ସୃଜନଶୀଳତାକୁ ଆଗକୁ ବଢ଼ାଇବାରେ ଏକ ଉତ୍କୃଷ୍ଟ ମଞ୍ଚ ପାଲଟିଥିଲା।
