ରାଜ୍ୟ ସ୍ତରୀୟ କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ନିମନ୍ତେ ସାମ୍ବିଧାନିକ ସମ୍ବିଳନୀ ଅନୁଷ୍ଠିତ l
ଭୁବନେଶ୍ୱର ତା 12)10/26
ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ସମ୍ବିଳନୀ ଗୃହ ଠାରେ ସହକାର ଭାରତୀ ର ଏଫ.ପି.ଓ ପ୍ରକୋଷ୍ଠ ପ୍ରମୁଖ ଡ ଶୁଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ବ ରେ, ରାଜ୍ୟ ସହ ସଂଯୋଜକ ସୋନାଶିଷ ଜେନାଙ୍କ ଆବାହକୋତ୍ୱରେ ଓ ରାଜ କିଶୋର ଅଗ୍ରୱାଲଙ୍କ ସଂଯୋଜନାରେ ଓଡିଶାର ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ନିଜ ନିଜ ପରିଚୟ ପ୍ରଦାନ, ସଂଗଠନ ମନ୍ତ୍ର, ଘଣ୍ଟ ଓ ଶଙ୍ଖ ଧ୍ୱନୀ ସହ ଦୀପ ପ୍ରଜ୍ୱଳନ, ଅତିଥି ଓ ଆଲୋଚକ ମାନଙ୍କୁ ଉତ୍ତରୀୟ ଓ ଲଙ୍ଗଳ ଦେଇ ସଂମ୍ମାନିତ କରାଯାଇଥିଲା l ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଭାବେ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ଡିନ ଡ଼. ପ୍ରଶ୍ନଜିତ ମିଶ୍ର, ସଂମ୍ମାନିତ ଅତିଥି ଭାବେ କୃଷି ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ପ୍ରସାରଣ ବିଭାଗ ର ଯୁଗ୍ମ ନିର୍ଦ୍ଧେଶିକା ଡ. ସର୍ବାଣୀ ଦାସ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସମ୍ପାଦିକା , କ୍ଷେତ୍ରୀୟ ପ୍ରମୁଖ,
ସହକାର ଭାରତୀ, କଲିକତା,ଶ୍ରୀମତୀ ନନ୍ଦିନୀ ରାୟ ଯୋଗଦେଇଥିବାବେଳେ ଆଲୋଚକ ଭାବେ କୃଷିବିତ୍ତ୍ ଓ କୃଷି ବିଶାରଦ, ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ପ୍ରଫେସର ଡ଼. ମନୋରଞ୍ଜନ ମିଶ୍ର, ଡ଼. ଏକାଦଶୀ ନନ୍ଦୀ, ଡ଼.ବିଦ୍ୟାଧର ମହାରଣା ଓ ଗୁରୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିସ୍ତୃତ ଭାବେ ମାର୍ଗଦର୍ଶନ ଦେଇଥିଲେ l
ଉକ୍ତ ସମ୍ମିଳନୀ ରେ, ରାଜ୍ଯ ର 24 ଟି ଜିଲ୍ଲାର 55 ଟି ଏଫ୍. ପି. ଓ ର ନିର୍ଦ୍ଦେଶକ ର କର୍ମକର୍ତ୍ତା ମାନେ, ରାଜ୍ଯ ସ୍ତରୀୟ ଏଫ୍. ପି. ଓ ଫେଡେରେସନ ଗଠନ ର କାରଣ ଓ ତାର କାର୍ଯ୍ୟଶୈଳୀ ତଥା ଏଫ.ପି ଓ ର ଉପକାରିତା ଉପରେ ବିଚାର ମନ୍ଥନ କରିଥିଲେ l
ଉପସ୍ଥିତ ଥିବା ସମସ୍ତ , ଅଭିଜ୍ଞ କୃଷି ବିଷାରଦ, କୃଷିବିତ୍ତ ଓ କୃଷି ବୈଜ୍ଞାନିକ ଙ୍କ ସୁଚିନ୍ତିତ ମତାମତ ରେ ଆଗାମୀ ଦିନର କର୍ୟଶ୍ଷେଲି ଓ କାର୍ଯ୍ୟପଦ୍ଧତି ର ନିର୍ଦ୍ଧାରଣ ହୋଇଥିଲା,
କିଛି ପ୍ରମୁଖ ଏଫ. ପି. ଓ କର୍ମକର୍ତ୍ତା ଙ୍କ ତରଫରୁ, ଏଫ୍. ପି.ଓ ଙ୍କ ନିମ୍ନ ମତାମତ ଆସିଥିଲା,
1- ଜିଲ୍ଲା ରେ ଥିବା କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲାର ଏଫ୍. ପି. ଓ ମାନଙ୍କର ନୋଡାଲ ଏଜେନ୍ସୀ ଭାବେ ଦାୟିତ୍ୱ ନିଅନ୍ତୁ l
2- କୃଷି ବିଜ୍ଞାନ କେନ୍ଦ୍ରର ର ଏଫ୍.ପି.ଓ ପ୍ରତି, ପ୍ରମୁଖ ଭୂମିକା କୁ ଆଭାସି ମାଧ୍ୟମ ରେ ତାଲିମ୍ ଦିଆଯାଉ l
3- ଏଫ୍.ପି. ଓ ଙ୍କୁ ଆର୍ଥିକ ଅନୁଦାନ କିପରି ସହଯୋଗ ମିଳିବ, ତାର ମାଧ୍ୟମ ବିଷୟରେ ଅବଗତ ପାଇଁ ତାଲିମ୍ ପ୍ରଦାନ l
4- ବିକଶିତ ଓଡ଼ିଶା 2036 ରେ ଥିବା କୃଷି, କୃଷକ ତଥା ଏଫ୍. ପି. ଓ ମାନଙ୍କର ଯୋଜନା କୁ ଧ୍ୟାନ ଦେଇ କାର୍ଯକାରୀ କରଯାଉ l
5- ଜିଲ୍ଲା ସ୍ତରରେ ଏଫ୍.ପି.ଓ ଙ୍କ ର କାମକୁ ଅଗ୍ରାଧିକାର ଭିତ୍ତିରେ କାର୍ଯକାରୀ କରାଯାଉ l
6- ରାଜ୍ୟ କୋପରଟିଭ ସୋସାଇଟୀ କୁ ମିଳୁ ଥିବା ସାର ଦାମ୍ ରେ, ଏଫ୍. ପି. ଓ ଙ୍କୁ ମଧ୍ଯ ମିଳୁ l
7- ବିଭିନ୍ନ ସମୟରେ ଏଫ୍.ପି. ଓ କର୍ମକର୍ତ୍ତା ଙ୍କୁ ବିଷାରଦ, ଅଭିଜ୍ଞ ତାଲିମ୍ ଦାତା ଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ହେଉ l
8- ଏଫ୍.ପି.ଓ ଙ୍କୁ ଜାତୀୟ ବ୍ୟାଙ୍କ୍ ଙ୍କ ସହ ସଂଯୋକିକରଣ କରାଯିବା ପାଇଁ, ନିୟମ କୁ କୋହଳ କରାଯାଉ l
9- ଏଫ୍.ପି. ଓ ଦ୍ଵାରା ଚାଷୀ ଙ୍କ ଆର୍ଥିକ ଉନ୍ନତି ପାଇଁ, ବ୍ୟବସାୟିକ ବିକାଶ ଯୋଜନା କାର୍ଯକାରୀ କରାଯାଉ l
10- ଜିଲ୍ଲା ରେ, କୃଷି ବିଜ୍ଞାନ କେନ୍ଦ୍ରର, ଜିଲ୍ଲା କୃଷି ବିଭାଗ, ଜିଲ୍ଲା କୃଷି ଉଦ୍ୟାନ ବିଭାଗ ମିଳିତ ଭାବରେ ଯୋଜନା କରି, ଏଫ୍.ପି.ଓ ଙ୍କ ଉନ୍ନତି ଦିଗରେ ତାଲିମ୍ ଦିଆ ଯିବାର ଯୋଜନା ପ୍ରସ୍ତୁତ ହେଉ l
11- ହିସାବ ଓ ଅଡିଟ ପାଇଁ ବିଷାରଦ ପ୍ରଶିକ୍ଷକ ଙ୍କ ଦ୍ଵାରା, ଜିଲ୍ଲା ସ୍ତରରେ ତାଲିମ ର ଯୋଜନା ହେଉ l
12- କୃଷି ଓ କୃଷକ ତଥା ଏଫ୍.ପି. ଓ ଙ୍କ ହୀତ ଦ୍ରୁଷ୍ଟିରୁ ସମସ୍ତ ଯୋଗାଯୋଗ ଓ ତାଲିମ କୁ ଓଡିଆ ଭାଷା ରେ କରାଯାଉ l
ଶେଷରେ, ବୌଦ୍ଧ ଜିଲ୍ଲା ର ଏଫ୍.ପି.ଓ ଫେଡେରେସନ ର ସମ୍ପାଦକ, କୃତ୍ତିବାସ ପଲିଆ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଥିଲେ l
