*ପ୍ରଶାସନ ଦ୍ୱାରସ୍ତ ହୋଇ ବିଫଳ ହେବା ପରେ ମରାମତି କଲେ ଯୁବ ଗୋଷ୍ଠୀ, ନିଜସ୍ୱ ଉଦ୍ୟମ ଓ ଶ୍ରମଦାନ କଲେ ଯୁବଗୋଷ୍ଠୀ।*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୧୦.
ନୂଆପଡ଼ା ଜିଲ୍ଲା କୋମନା ସହରସ୍ଥାନୀୟ ଲୋକ ପ୍ରତିନିଧିଠାରୁ ଜିଲ୍ଲାପାଳଙ୍କୁ ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ l କେହି ଶୁଣିଲେ ନାହିଁ l ଶେଷରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଯୁବ ଗୋଷ୍ଠୀର ଆଗେଇ ଆସିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ଡରାବନ ଗାଁର ମା ପରଦେସେନ୍ ଯୁବକ ସଂଘର ୨୫ ଜଣ ସଦସ୍ୟ ଏକତ୍ର ହୋଇଭ୍ରାମ୍ ସଡ଼କ ରେ ମୁରୁମ୍ ପକାଇଲେ l ଜାତୀୟ ରାଜପଥ ୩୫୩ ରୁ କଣ୍ଟାବାଞ୍ଜି ଯିବା ରାସ୍ତା ବଲାଙ୍ଗୀର ଜିଲ୍ଲା ସୀମା ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ କିଲୋ ମିଟର ପର୍ଯ୍ୟନ୍ତ ରାସ୍ତାକୁ ମାଟି ମୋରୁମ୍ ପକାଇ ମରାମତି କଲେ l murum ବୋଝେଇ ପାଇଁ ବ୍ୟକ୍ତିଗତ ଚାନ୍ଦା କରି ଟ୍ରାକ୍ଟରରେ ମୋରୁମ ଆଣି ସଡ଼କ ଉପରେ ପକାଇଥିଲା। ୨୫ ଯୁବକ ସେହି ମୁରୁମ୍ କୁ ସଡ଼କ ଉପରେ ପକାଇଥିଲେ। ରାସ୍ତାକୁ ଗମନା ଗମନ ଉପଯୋଗୀ କରୁଛନ୍ତି l ନିଜସ୍ଵ ଉଦ୍ୟମ ବଳରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସଫଳ ହେବା ଏକ ଜ୍ୱଳନ୍ତ ଉଦାହରଣ ଅଟେ।
