*ମୋଡେଲ ଡିଗ୍ରୀ କଲେଜ ପରିସର ରେ ମୁଁ ଛାତ୍ର ସଂସଦ ନିର୍ବାଚନ ରେ କାହିଁକି ଛିଡ଼ା ହୋଇଛି ?ନେଇ ପ୍ରାର୍ଥୀମାନେ ନିଜ ନିଜ ମତ ରଖିଲେ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଉ ଦିନ ପରେ ନିର୍ବାଚନ ଅନୁଷ୍ଠିତ ହେବ। ଆଜି କଲେଜ ପରିସର ମଧ୍ୟରେ ମୋଡେଲ ଡିଗ୍ରୀ କଲେଜ ପରିସର ରେ ମୁଁ ଛାତ୍ର ସଂସଦ ନିର୍ବାଚନ ରେ କାହିଁକି ଛିଡ଼ା ହୋଇଛି ?ନେଇ ପ୍ରାର୍ଥୀମାନେ ନିଜ ନିଜ ମତ ରଖିଲେ। ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସାଂସଦ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ସାହୁ ଯୋଗ ଦେଇ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ରେ ଛିଡ଼ା ହେବା ର କାରଣ ଏବଂ କାହିଁକି ଛିଡ଼ା ଦେଇଛନ୍ତି କହିବାକୁ ଆହ୍ୱାନ କରିଥିଲେ। କଲେଜ ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମ ରେ ଛାତ୍ର ସଂସଦ ନିର୍ବାଚନ ହେବା ସ୍ୱାଗତ କରି ସୁଯୋଗ ମିଳିବା ପାଇଁ ସାଧୁବାଦ ଦେଇଥିଲେ। ନିଶ୍ଚିତ ରୂପେ କଲେଜ ସମସ୍ୟା ଥିବା ବେଳେ ଆବଶ୍ୟକ ପଦକ୍ଷେପ ପାଇଁ ସରକାର ଓ ପ୍ରଶାସନ ଓ କଲେଜ ପ୍ରଶାସନକୁ ଦାବୀ ଜଣାଇବା ପାଇଁ କହିଥିଲେ। ଭବିଷ୍ୟତ ରେ ଦେଶର ସେବା ଓ ସୁଶାସନ ରେ ଭାଗୀଦାର ହେବା ପାଇଁ ଆହ୍ୱାନ ଅଟେ। ୪ ଗୋଟି ପଦ ପାଇଁ ୯ ଜଣ ପ୍ରାର୍ଥୀ ନିଜ ଛିଡ଼ା ହେବା ମତ ରଖିଥିଲେ।
