*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ପରିବାର ଗଡ ରକ୍ଷକ ଦେବୀ ମାଁ ରକ୍ତମ୍ବରୀଙ୍କ ସ୍ୱତନ୍ତ୍ର ପୂଜା,ପବିତ୍ର ଶାରଦୀୟ ଷୋଡ଼ଶ ଉପଚାରରେ ପୂଜା ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ) ତା:୧୨.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ପରିବାର ଗଡ ରକ୍ଷକ ଦେବୀ ମାଁ ରକ୍ତମ୍ବରୀଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବା ବେଳେ ପବିତ୍ର ଦଶହରା ରେ ଶାରଦୀୟ ଷୋଡ଼ଶ ଉପଚାରରେ ପୂଜା ଅନୁଷ୍ଠିତ ହେଉଅଛି। ମହାଳୟା ତିଥିରେ ମାଁ ନିଜ ପୀଠ ସ୍ଥଳୀ ରୁ ଛତର ଦେବାରେ ବିରାଜ୍ ମାନ ହୋଇ ନିଶି ରାତ୍ରରେ ମନ୍ଦିର କୁ ପ୍ରବେଶ କରିଥାନ୍ତି। ପ୍ରତିପଦା ରୁ ନବମୀ ପର୍ଯ୍ୟନ୍ତ ନବଡିନାତ୍ମକ ପୂଜା ହୋଇଥାଏ। ପବିତ୍ର ବିଜୟା ଦଶମୀ ରେ ମାଁ ଙ୍କ ଯୁଗଳ ଛତର ଯାତ୍ରା ଓଡ଼ିଶା ରେ ବିରଳ ପ୍ରାୟେ। ଦୁଇ ଗୋଟି ଶକ୍ତି ଏକତ୍ର ନଗର ପରିକ୍ରମା କରି ଭକ୍ତଙ୍କ ଦର୍ଶନ ଦେଇଥାନ୍ତି। ଦେବୀଙ୍କ ଅନନ୍ୟା ପରମ୍ପରା। ନଅ ଦିନ ପାଇଁ ଭକ୍ତ ଦର୍ଶନ କରିଥିବା ବେଳେ ଦଶମ ଦିନ ମାଁ ରକ୍ତାମ୍ବରୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ ନିମନ୍ତେ ନଗର ପରିକ୍ରମା କରିଥାନ୍ତି। ପଲମା ଗଡରୁ ମାଁ ରକ୍ତମ୍ବରୀ ଙ୍କୁ ଖଡ଼ିଆଳ କୁ ଅଣାଯାଇଥିବା ବେଳେ ପ୍ରତ୍ୟେକ ପାଦରେ ଗୋଟିଏ ପ୍ରାଣୀ ବଳୀ ଦେଇ ଆଣିଥିଲେ।
