ତାଳଚେର ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଏବିଭିପି (ABVP)ର କୋଡ଼ିଏ (୨୦) ଛାତ୍ର ନେତା ନିର୍ଦ୍ୱନ୍ଦରେ ନିର୍ବାଚନ
କୃତ୍ତିବାସନାୟକ (ନି,ପ୍ର)
ତାରିଖ:୧୨/୧୦/୨୦୨୬
ତାଳଚେର :
ଅନୁଗୋଳ ଜିଲ୍ଲା ତାଳଚେର ସ୍ଵଂଶାସିତ ମହା ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ର ପ୍ରାର୍ଥୀ ମାନେ ବିଭିନ୍ନ ପଦବୀରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ତୁଷାର ସାହୁ,ଉପସଭାପତି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ହିମେଶ ମହାରଣା, ଏବଂ ସହ ସମ୍ପାଦକ ଭାବେ କ୍ଷୀରୋଦିନୀ ନାୟକ ନିର୍ବାଚିତ ହୋଇଛନ୍ତି। ଏଥି ସହିତ ବିଭିନ୍ନ ପଦପଦବୀ ପାଇଁ ମୋଟ କୋଡ଼ିଏ (୨୦) ଜଣ ଛାତ୍ର ନେତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାରୁ
ଏବିଭିପି ପକ୍ଷରୁ ଖୁସି ପ୍ରକାଶ କରାଯାଇଛି। ନିର୍ବାଚିତ ସମସ୍ତ ଛାତ୍ର ନେତାଙ୍କୁ ଶୁଭୋଛା ଓ ଅଭିନନ୍ଦନ ଜଣା ଯାଇଛି । ଏହି ବିଜୟ ଛାତ୍ର ଛାତ୍ରୀଙ୍କ ଆସ୍ଥା ଓ ସମର୍ଥନର ପ୍ରତି ଫଳନ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
