ରକ୍ତଦାନ ଶିବିର ପାଇଁ ବିଜେଡି ବୈଠକ
ଆଗରପଡ଼ା -, ମାର୍କଣ୍ଡ ଧଡ଼ା( ନିପ୍ର)
ଆସନ୍ତା ୧୬ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୮୧ ତମ ଜନ୍ମତିଥିରେ ବିଶାଳ ରକ୍ତଦାନ ଶିବିର ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାକ୍ସି ପରିସରରେ ଆୟୋଜନ କରାଯାଇଛି । ଏଥିପାଇଁ ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା, ଜିଲ୍ଲା ଉପସଭାପତି ପ୍ରଦ୍ୟୁମ୍ନ ପୁହାଣ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସଂପାଦକ ନିରଞ୍ଜନ ଘଡ଼େଇ,ରବିନାରାୟଣ ପୁହାଣ,ମହମ୍ମଦ ଇସଲାମ, ନନ୍ଦକିଶୋର ନାୟକ, ଜଗନ୍ନାଥ ସିଂହ,ରାମଚନ୍ଦ୍ର ନାୟକ, ସରପଞ୍ଚ ପ୍ରକାଶ ବିଶ୍ବାଳ, ବିଷ୍ଣୁ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ଲୋକନାଥ ରାଉତ, ବାବୁରାମ ମଲ୍ଲିକ, ସନ୍ତୋଷ ପରିଡା, ପୁପୁନ ଦାଶ, ଶୁଶିଲ ପୃଷ୍ଟି, ସତ୍ୟବ୍ରତ ତିଆଡି ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।
