ଉନ୍ନତିବାଳା ଦାସ ବିଜେପି ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତି
ଆଗରପଡ଼ା ମାର୍କଣ୍ଡ ଧା,( ନିପ୍ର) ବନ୍ତ ବ୍ଲକର ବରିଷ୍ଠ ନାରୀନେତ୍ରୀ ଉନ୍ନତିବାଳା ଦାସଙ୍କୁ ବିଜେପି ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ମିଳିଛି । ସେ ଏଥି ପୂର୍ବରୁ ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହେବା ସହ ବିଜେପି ସଙ୍ଗଠନ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି । ଏହି ପଦବୀ ପାଇବା ପରେ ସେ ମୁଖ୍ୟମଂତ୍ରୀ ମୋହନ ମାଝୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା ,ବିଧାନସଭା ମଣ୍ଡଳୀ ନେତା ଡ. ସୁଧାଂଶୁ ଶେଖର ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
