ନୂଆପଡ଼ା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ର ପୋଲିସ ପକ୍ଷ ରୁ ଚୋରି ହୋଇଥିବା ମୋବାଇଲ୍ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମିଳିଥିବା ଲିଖିତ ଅଭିଯୋଗ ରୁ ସଫଳତା ସହ ପୋଲିସ ବିଭାଗ ସ୍ଵତନ୍ତ୍ର ଦଳ ଦ୍ବାରା ତଦନ୍ତ କରି ୩୪ ଗୋଟି ମୋବାଇଲ୍ ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବେଳେ ଏହି ମୋବାଇଲ୍ କୁ ତାଙ୍କ ମାଲିକ ଙ୍କୁ ଫେରସ୍ତ କରିଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଜିଆର୍ ରାଘବେନ୍ଦ୍ର ସେତନ୍ତ୍ର କାର୍ଯ୍ୟକ୍ରମ ରେ ସୂଚନା ଦେଇଛନ୍ତି। ନିଜ ମୋବାଇଲ କୁ ନିଜ ଦାୟିତ୍ୱରେ ରଖିବା ସହ ଆସନ୍ତା ଦିନ ରେ ଏହି ମୋବାଇଲ୍ ଚୋରା ପିରତି ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ କରିଥିଲେ।
