*ଢ଼େଙ୍କାନାଳ ସଦର ବ୍ଲକରେ ସେବା ସେତୁ କ୍ୟାମ୍ପରେ ଯୋଗଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ l*
ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଆଜି ତା – 05/10/26 ରିଖ ସଦର ବ୍ଲକ ପରିସରରେ ଆୟୋଜିତ ‘ସେବା ସେତୁ’ କ୍ୟାମ୍ପରେ ଯୋଗଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ l ଏହି କ୍ୟାମ୍ପର ଉଦ୍ଦେଶ୍ୟ ହେଉଛି ସରକାରୀ ବିଭିନ୍ନ ଯୋଜନା ଓ ଜନକଲ୍ୟାଣମୂଳକ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା। କ୍ୟାମ୍ପରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସରକାରୀ ସେବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର କ୍ୟାମ୍ପ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଇଥିଲେ।
‘ସେବା ସେତୁ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସେବା ଲୋକଙ୍କ ଦ୍ୱାରଦେଶରେ ପହଞ୍ଚିବା ସହ ସାଧାରଣ ଲୋକେ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି।
