ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ଏସଡିଓ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ
ବେତନଟୀ ୫/୧୦ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ପିଡବ୍ଲୁଡି ଏସଡିଓ ଅରବିନ୍ଦ ମହାନ୍ତି ଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳେ ବେତନଟୀ ପିଡବ୍ଲୁଡି ଏସଡିଓ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନ ରେ ଏକା ସମୟରେ ଚଢ଼ାଉ ଚାଲିଥିବା ଜଣା ପଡିଛି ଏହି ଚଢାଉ ବାଲେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ହୋଇଥିବା ବେଳେ ବାଲେଶ୍ୱର,ଭଦ୍ରକ,କେନ୍ଦୁଝର ଓ ବାରିପଦା ୟୁନିଟ ର ମିଳିତ ସହଯୋଗ ରେ ଚାଲିଛି ଏଥିରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି,୮ ଜଣ ଇନ୍ସପେକ୍ଟର ସହିତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ଅରବିନ୍ଦ ମହାନ୍ତି ଙ୍କ ବେତନଟୀ କାର୍ଯ୍ୟାଳୟ ସମେତ ପୈତୃକ ଘର ବାଲେଶ୍ବର ଜିଲ୍ଲାର ନାମ୍ପ,ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ବାସଭବନ, ବାଲେଶ୍ବର ସ୍ଥିତ ଫାର୍ମ ହାଉସ, ମୟୂରଭଞ୍ଜ ବୈସିଙ୍ଗା, ଭୁବନେଶ୍ୱର ପ୍ରମୁଖ ସ୍ଥାନ ରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଏସ ପି ଅରୁଣ ନାୟକ ଙ୍କ ନିର୍ଦ୍ଦେଶ ରେ ବାରିପଦା ୟୁନିଟ ର ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ୱାଇଁ ଙ୍କୁ ନେଇ ଏହି ଟିମ କାର୍ଯ୍ୟ କରୁଥିବା ଜଣା ପଡିଛି।
