*ଷଡ଼ଙ୍ଗୀ ବିଦ୍ୟାଳୟ ରୁ ଦୁଇଜଣ ଶିକ୍ଷକଙ୍କ ଡେପୁଟେସନ କୁ ନେଇ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଗେଟ ବନ୍ଦକରି ବସିରହିଛନ୍ତି ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ତା ୫.୧୦.୨୦୨୬
ବିଶ୍ବ ଗୁରୁ ଦିବସ ପାଳନ ଅବସରରେ ଗୁରୁ ମାନଙ୍କୁ ବିନା ରିଲିଭର ରେ ବ୍ଳକ ବାହାରକୁ ଜିଲ୍ଲା ଶିକ୍ଷା ଅଧିକାରୀ ଢେଙ୍କାନାଳ ଡେପୁଟେସନ କରିଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ କୂ ବନ୍ଦ କରି ଗେଟ୍ ସମ୍ମୁଖରେ ବସିଛନ୍ତି। ଆଜିର ଭୀଷଣ ଖରାରେ ଦୁଇଜଣ ବାଳିକା ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି l ଏହି ବିଦ୍ୟାଳୟ ରୁ ଦୁଇଦୁଈ ଜଣ ଶିକ୍ଷକ କୁ ଡେପୁଟିସନ କରାଯାଉଛି କିନ୍ତୁ ତାବଦଳରେ କୌଣସି ଶିକ୍ଷକ ଦିଆ ନଯିବାରୁ ଛାତ୍ର ଛାତ୍ରୀ ପାଠ ପଢିବେ କିଭଳି? ଏଣୁ ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଡେପୁଟେସ ନ ରେ ପଠାଇଥିବା ବିଦ୍ୟାଳୟ ର ବରିଷ୍ଠ ଗଣିତ ଶିକ୍ଷକ ଶ୍ରିନ୍ନିବାସ ସାହୁ ଓ ବିଦ୍ଯାଳୟ ଖେଳ ଶିକ୍ଷକ ମାନସ ସ୍ବାଇଁ ଙ୍କୁ ସେହି ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ରେ ରଖିବା ପାଇଁ ଛାତ୍ର ଛାତ୍ରୀମାନେ ଦାବି ରଖିଛନ୍ତି। ନିକଟରେ ପରିଚାଳନା ପରିଷଦ ସଭାପତି ଙ୍କ ସହିତ ସଭ୍ଯ ସଭ୍ୟା ଓ ସ୍ଥାନୀୟ ସରପଞ୍ଚ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଦରଖାସ୍ତ ଦ୍ବାରା ଜଣାଇଥିଲେ ଫଳ ଶୂନ ହୋଇଅଛି।
ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ଦାନ ଦେଉଥିବାରୁ ଶିକ୍ଷକ ଶ୍ରୀନିବାସ ସାହୁ ଛାତ୍ର ଛାତ୍ରୀମାନଙ୍କ ଅନୁରୋଧ କ୍ରମେ ପ୍ରଧାନ ଶିକ୍ଷକ ପଦବୀ କୁ ପ୍ରତ୍ୟାଖ୍ୟାନ କରି ବିଦ୍ୟାଳୟ ରେ ଶିକ୍ଷାଦାନ ଦେଉଥିଲେ।
ଗଁଦିଆ ବ୍ଳକ ରେ ଶିକ୍ଷକ ଅଭାବ ସତ୍ବେ ଅନ୍ୟ ବ୍ଳକ କୁ ଶିକ୍ଷକ ବଦଳି କରିବା ପଛରେ କାହାର ହାତ ଅଛି, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ଦାବି
ଭବିଷ୍ୟତରେ ଶିକ୍ଷକ ବଦଳି କୁ ନେଇ ଜନ ଆନ୍ଦୋଳନ ହେବାର ଶୁଣାଯାଉଛି।
