*ବଲାଙ୍ଗିର ରେ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ*
×××××××××××××××××××
(ବଲାଙ୍ଗିର ରୁ ପ୍ରଦୀପ କୁମାର ସା ଙ୍କ ରିପୋର୍ଟ) ଅଦ୍ୟ ତା ୦୫/୧୦/୨୦୨୬ ସୋମବାର ଦିନ
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ,ବଲାଂଗୀର ତରଫରୁ,
ଅପରାହ୍ଣ 2,30 pm ରେ ମିଶନ ବାଳକ ଉ ପ୍ରା ,ସ୍କୁଲରେ ଦୁର୍ୟୋଧନ ପସାୟତ ଙ୍କ ଅଧ୍ୟକ୍ଷତା ରେ, ଆଚାର୍ଯ୍ୟ ସୁଚିତ୍ର ସୁନା ଓ ଧ୍ରୁବରାଜ ଚୋପଦାରଙ୍କ ମଞ୍ଚରେ ଉପବେଶନ ଥାଇ
ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହୋଇଥିଲା ।
ପ୍ରାରମ୍ଭରେ ଆଚାର୍ଯ୍ୟ ସୁନା ସାର ,ଅନ୍ତର୍ଜାତୀୟ ଶିକ୍ଷକ ଦିବସ ର ଶୁଭେଚ୍ଛା ଜ୍ଞାପନ ସହ ଶିକ୍ଷକ ମାନଙ୍କ ସହ ଦୁଃଖସୁଖରେ ରହିବାକୁ
ପ୍ରତିଶୃତି ଦେଇଥିଲେ।
ଶ୍ରୀ ସୁଧାଂଶୁ ପଟେଲ ଶିକ୍ଷା ଓ ଶିକ୍ଷକ ମାନଙ୍କର ଉପରେ ଅଭିଭାଷଣ ରଖିଥିଲେ।ମିଶନ ବାଳକ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ମନମୋହନ ଲିମ୍ମା ସାର ସଂଗଠନର ଆଭିମୁଖ୍ୟ ଓ ଏହାର ସଶକ୍ତିକରଣ ପାଇଁ ଆହ୍ୱାନ ଡେଇଥିଲେ ।
ଲୋଇସିଂହା ବ୍ଲକର ବରିଷ୍ଠ ଶିକ୍ଷକ ମୁରାସିଂ କୁଅଁରଙ୍କ ବ୍ୟଙ୍ଗାତ୍ମକ ଅଭିଭାଷଣ ଚିତ୍ତାକର୍ଷକ ଥିଲ ।
କୋଶଳୀ କବି ତଥା ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ମହାଳିଙ୍ଗ ପୁରାତନ କାଳର ଗୁରୁଶିଷ୍ଯ ପରମ୍ପରା ଓ ଅଧୁନା ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ଉପରେ ତୁଳନାତ୍ମକ ତଥା ବିଶ୍ଳେଷଣାତ୍ମକ ଅଭିଭାଷଣ ଦେବା ସହିତ କବି ଏକ ସୁନ୍ଦର କବିତା ପାଠ କରିଥିଲେ । ମହିଳା ପ୍ରକୋଷ୍ଠର ଅଧକ୍ଷ୍ୟl ଲକ୍ଷ୍ମୀପ୍ରିୟା ପଟେଲ ସଂଘ ତରଫରୁ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।ଶେଷରେ ସଭାପତି ଦୁର୍ୟୋଧନ ପସାୟତ ନିଜର ସୁନ୍ଦର ବକ୍ତବ୍ୟ ସହ ସ୍ବର୍ଗତ ଦୁର୍ଗା ଚରଣ ପାଢ଼ୀଙ୍କ ଜୀବନୀ ଉପରେ ଆଲୋକପାତ କରି ଦୁର୍ଗା ଚରଣ ପାଢ଼ୀଙ୍କ ପାଇଁ ଏକ ଶୋକ ଓ ସ୍ମୃତି ପ୍ରସ୍ତାବ ଆଗତ କରିଥିଲେ ଓ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସର୍ବ ଶେଷରେ ଉପସ୍ଥିତ ସଭ୍ୟ /ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ସମ୍ପାଦକ ଶ୍ରୀ ରଥ ଗତ ଗୁରୁ ଦିବସର ଅୟବ୍ୟୟ ଉପସ୍ଥାପନ କରିବା ସହିତ,ଅନ୍ନପୂର୍ଣ୍ଣା ନନ୍ଦଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ନଭେମ୍ବର 01 ତାରିଖ ଦିନ ଲୋଅର ସୁକତେଲ ଠାରେ ଏକ ପ୍ରସ୍ତାବ ରଖିଥିଲେ,ଯାହାକି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ମିତାରାଣୀ ହରପାଲ ଭିମସେନ, ଦଣ୍ଡସେନା ଜୟଦେବ ବିଶି ସମେତ ୫୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
