ହେମଗିରି ପୋଲିସ ଦ୍ୱାରା ୱାରେଣ୍ଟି ଗିରଫ୍, ସାମଗ୍ରୀ ଚୋରି ସହ ନଗଦ ଟଙ୍କା ହେରଫେର ମାମଲା ରହିଛି ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ,
ତା -୫/୧୦/୨୬(ବ୍ଲକ୍ ପ୍ରତିନିଧି ମମତା ମେହର ଙ୍କ ରିପୋର୍ଟ)
ଫେରାର ଅପରାଧି ହେମଗିରି ପୋଲିସ ଦ୍ୱାରା ହିନ୍ଦୋଳ ରୁ ଧରା ପଡ଼ି କୋର୍ଟ ଚାଲାଣ । ବିଭିନ୍ନ ସାମଗ୍ରୀ ସହ ନଗଦ ଟଙ୍କା ଚୋରି ଓ ଘୋଟାଲା ମାମଲାରେ ଜଡ଼ିତ । ଦୀପକ ସାହୁ ବୟସ ୩୬ବର୍ଷ ଘର ପନେଲୋ ଗ୍ରାମ , ମୋଟୋଗାଁ ଥାନା , ଜିଲ୍ଲା ଢେଙ୍କାନାଳ ବୋଲି ଜଣାପଡ଼ିଛି । ମାନ୍ୟବର କୋର୍ଟ ଉକ୍ତ ଅଭିଜୁକ୍ତ ଙ୍କୁ ସଜସୁଣାଇ ଜେଲ ପଠାଇ ଦେଇଛନ୍ତି । ଅପରାଧି ଦୀପକ ସାହୁ ଶ୍ରୀ ବାଲାଜୀ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ ରେ କାର୍ଯ୍ୟ କରୁଥିଲେ । କମ୍ପାନୀ କ୍ରସର୍ ଠାରୁ ବିଭିନ୍ନ ସ୍ଥାନକୁ ଚିପ୍ସ ବାଲି ଇତ୍ୟାଦି କମ୍ପାନୀ ଅଜାଣତ ରେ ଚୋରି କରି ବିକ୍ରି କରିଥିବା ତଥା ନଗଦ ଟଙ୍କା ହେରଫେର ମାମଲାରେ ଦଣ୍ଡିତ ହୋଇଥିଲେ ପରେ ଜାମିନ୍ ରେ ମୁକୁଳି ଥିଲେ ହେଲେ ବିଭିନ୍ନ ତାରିଖ ରେ କୋର୍ଟରେ ହାଜର ନହେବାରୁ ଗିରଫଦାରୀ ପରୱାନା ଜାରି ହୋଇଥିଲା, ଉକ୍ତ ଅଭିଯୁକ୍ତଙ୍କୁ ହେମଗିରି ପୋଲିସ୍ ହିନ୍ଦୋଳ ଠାରୁ ବାନ୍ଧିବାରେ ସଫଳ ହୋଇଛି ।
