ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ଗଜପତି ଜିଲ୍ଲା କଂଗ୍ରେସର ବିଶାଳ ପ୍ରତିବାଦ ରାଲି।
ଗଜପତି (ଟିକି ଲିମା)
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ଏକ ବିଶାଳ ପ୍ରତିବାଦ ରାଲି ଓ ପ୍ରଦର୍ଶନ ଆୟୋଜିତ ହୋଇଥିଲା। ଏହି ପ୍ରତିବାଦ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନର ଅଂଶ ଭାବେ ଆୟୋଜିତ ହୋଇଥିଲା।
ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା, ପଦରୁ ହଟାଇବା ଓ ଗିରଫ ଦାବି ଉଠାଇ ପ୍ରତିବାଦ କରାଯାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ମାନ୍ୟବର ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ, ଆଦର୍ଶ, ନେତୃତ୍ୱ ଓ ପରାମର୍ଶକ୍ରମେ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସ ନେତା, କର୍ମୀ, ମହିଳା ଓ ଯୁବ କର୍ମୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।
ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ରାଲି ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ପ୍ରତିବାଦକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ନିଜର ଦାବି ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର (ମେମୋରାଣ୍ଡମ୍) ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ମାଧ୍ୟମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ସମ୍ପର୍କିତ ଦାବି ଉପସ୍ଥାପନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ସଞ୍ଜୟ ଅଧିକାରୀ, ବସନ୍ତ କୁମାର ପଣ୍ଡା, ଏସ୍. ଜାନାର୍ଦ୍ଧନ ରାଉ, ପାପା ରାଉ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ତଥା ମହିଳା ନେତ୍ରୀ ଜାସ୍ମିନ ଶେଖ, ମହିଳା ସଭାପତି ରଞ୍ଜିତା ପାଣିଗ୍ରାହୀ, ମହିଳା ନେତ୍ରୀ ଲକ୍ଷ୍ମୀ ସୋବର, ଯୁବ ନେତା ପାର୍ଥ ରାଜ ପାଲ, ମାଫିଲ ବଳିୟାର ସିଂ, ସନ୍ତୋଷ କୁମାର ପଣ୍ଡା, ରାଧାକାନ୍ତ ରଥ, ଏସ୍. ଶ୍ରୀନିବାସ ରାଉ, ବାଲକୃଷ୍ଣ ସାହୁ, ତିନାଥ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।
ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ମତଦାତାଙ୍କ ଅଧିକାର ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଦଳର ଦାବି ଓ ମତ ଉପସ୍ଥାପନ କରାଯାଇଥିଲା।
