ମିନତିଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା l
ଜଗସତସିଂହପୁର(ନି.ପ୍ର) ଜଗତସିଂହପୁର ଜିଲ୍ଲା ତଥା ଜଗତସିଂହପୁର ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଗ୍ରାମପଞ୍ଚାୟତ ଅଧିନସ୍ଥ ଭୋକାଞ୍ଜି( ରେଙ୍ଗେଟା ) ଗ୍ରାମର ରବୀନ୍ଦ୍ର ବାରିକଙ୍କ ପତ୍ନୀ ମିନତୀ ବାରିକ (୬୧) ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ମଣ୍ଡାସାହି ଡାକ୍ତର ଖାନାକୁ ନେଇଯାଇଥିଲେ ହେଲେ କିଛି ସୁଧାର ନ ଆସିବାରୁ ଜଗତସିଂହପୁର ଡାକ୍ତର ଖାନାକୁ ନେଇଥିଲେ l ସେଠାରୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟ ଘଟିଥିଲା। ମିନାଙ୍କ ମୃତୁ ଖବର ପ୍ରଚାର ହେଲାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ସ୍ବର୍ଗତ ମିନତୀ ଜଣେ ସ୍ନେହି, ପରୋପକାରୀ, ଧର୍ମପ୍ରାଣ ଓ ମିଷ୍ଟ ଭାସି ମହିଳା ଥିଲେ। ତାଙ୍କୁ ସମାନ ଜଣାଇ ତାଙ୍କ ଏକାଦଶାହରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ୱାଡ଼ ସଭ୍ୟ ଉପେନ୍ଦ୍ର ବାରିକ, ବିଜେଡି ନେତା ଭାଗିରଥି ରାଉତ, ଗାଁ ମୁରବି ଜନାର୍ଦନ ବାରିକ, ରମାକାନ୍ତ ମହାନ୍ତି, ମଦନ ବାରିକ ଓ ଭଗବାନ ବାରିକ ପ୍ରମୁଖ ସ୍ବର୍ଗତ ମିନତୀ ଙ୍କ ବାସଭବନରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ଏଥିରେ ଝିଅ ଜ୍ୱାଇଁ, ଭଣଜା ଭାଣିଜୀ, ପୁଅ ବୋହୁ, ଭାଇ ଭଉଣୀ ଓ ସାଇ ପଡୋଶୀ ପ୍ରମୁଖ ଉପସ୍ଥିତଥିଲେ।
