ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା
ଆଗରପଡ଼ା,(ନିପ୍ର)
ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ବନ୍ତ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ୧୭ ଓ ୧୪ ବର୍ଷରୁ କମ ବୟସର ପ୍ରାୟ ୩ଶହ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଦୌଡ଼, କୁଦ, ଫିଙ୍ଗିବା ପ୍ରତିଯୋଗୀତା ହୋଇଥିଲା । ଏଥିରେ ୨୦ ଜଣ କୃତୀ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ଆଗରପଡ଼ା ଜୋନ ସଂପାଦକ ସୁବୋଧ ପାତ୍ର, କେନ୍ଦୁଆପଦା ସଂପାଦକ ଶୁଭଶ୍ରୀ ପତି, ଗଣିଜାଙ୍ଗ ସଂପାଦକ ଡଲିରାଣୀ ଦାଶ, ପଧାନପଡ଼ା ସଂପାଦକ ଜଗନ୍ନାଥ ଦ୍ୱିବେଦୀଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ଶିକ୍ଷକମାନେ ପ୍ରତିଯୋଗୀତା ପରିଚାଳନା କରିଥିଲେ । ପ୍ରାରମ୍ଭରେ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଯେନା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ବ୍ଲକ କ୍ରୀଡ଼ା ସଂପାଦକ ମନୋଜ ଶଙ୍ଖୁଆ ଓ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଧିରେନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
