**ତିର୍ତ୍ତୋଲ ପୋଲିସର ଚଢ଼ାଉ, ୫ ଫେରାର ୱାରେଣ୍ଟି ଗିରଫ*
ଜଗତସିଂହପୁର ଜିଲ୍ଲା :ତିର୍ତ୍ତୋଲ ପୋଲିସ ପକ୍ଷରୁ ଆଜି ସକାଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଫେରାର ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ମାନ୍ୟବର କୋର୍ଟଙ୍କ ଦ୍ୱାରା NBW ୱାରେଣ୍ଟ ଜାରି ହୋଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ – ପାଣ୍ଡରା ଗ୍ରାମର ବିଷ୍ଣୁ ଚରଣ ଖଟୁଆ (୪୪), ଅନ୍ତର୍ଯ୍ୟାମୀ ବାରିକ ଅଭୟ କୁମାର ମହାନ୍ତି (୫୫) ସଅଁରା,ଆଲୋକ ସେନାପତି ( ୪୮ )ତାଳପଡା, ତଳବାଗ ଗ୍ରାମର ସୂର୍ଯ୍ୟକାନ୍ତ ବରାଳ ସମସ୍ତଙ୍କୁ ଗିରଫ କରି ଜେଏମଏଫସି, ତିର୍ତ୍ତୋଲ କୋର୍ଟରେ ହାଜର କରାଯାଇଛି ବୋଲି ତିର୍ତ୍ତୋଲ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
