*ଯୁବତୀଙ୍କୁ ୧୦ ହଜାର ଟଙ୍କାର ଜୀବିକା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ*
ନୂଆପଡ଼ା(ମିଖାଏଲ ନନ୍ଦ),
ତା. ୨୨/୦୯:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଖଡ଼ିଆଳ ବ୍ଲକର ଫୁଲ ଶବରଙ୍କୁ ଜୀବିକା ସହାୟତା ସ୍ୱରୂପ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଚେକ୍ ପ୍ରଦାନ କରାଯାଇଥିଲା।
ଏହି ସହାୟତା ଫୁଲ ଶବରଙ୍କୁ ଆତ୍ମନିର୍ଭର ହେବା ସହ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଆଗେଇବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ଆଶା ପ୍ରକାଶ କରିଛନ୍ତି।
