ନିଆଁ ଲାଗି ଜଳିଗଲା ଦୋକାନ
ଉଦଳା(୨୨/୦୯): ଉଦଳ ଥାନା ଅନ୍ତର୍ଗତ ୫ନଂ ୱାର୍ଡର ଶଦୁଆଳ କମ୍ପ୍ଲେକ୍ସରେ ଥିବା ଲକ୍ଷ୍ମୀ ଭେରାଇଟି ଷ୍ଟୋରରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଗ୍ରୋସରି ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି। ଦୋକାନ ନିକଟରେ ଯାଉଥିବା ଜଣେ ବ୍ୟକ୍ତି ନିଆଁ ଦେଖି ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ଆସି ଦୋକାନ ଖୋଲିବା ପରେ ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖି ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଅନେକ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା।
