ଗଣେଶ ପୂଜା ମଣ୍ଡପ ବୁଲିଲେ ପ୍ରଫୁଲ୍ଲ ଦାସ
ଗ୍ରାମବାସୀଙ୍କ ସହ ମିଶି ମାଗିଲେ ଗଜାନନଙ୍କ ଆଶୀର୍ବାଦ
ତାଳଚେର:(ମନୋଜ ରାଉତ)(ନିପ୍ର) ତାଳଚେର ନିର୍ବାଚନ ମଣ୍ଡଳୀରେ ଗଣେଶ ପୂଜାକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ଗ୍ରାମ ଓ ପୂଜା ମଣ୍ଡପରେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏହି ପବିତ୍ର ଅବସରରେ କଣିହାଁ ବ୍ଲକ୍ର ଜରଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ।
ସେ ଜରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡ, କମରେଇ ଏବଂ ସାନ ତ୍ରିବିଡା ଗ୍ରାମର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ପ୍ରଭୁ ଗଜାନନଙ୍କ ଦର୍ଶନ କରିଥିଲେ। ମଣ୍ଡପରେ ପହଞ୍ଚିବା ପରେ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଫୁଲ୍ଲ ଦାସ ପ୍ରଭୁ ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରି ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ଏହି ଅବସରରେ ସେ ଗ୍ରାମବାସୀଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ।
ଗଣେଶ ପୂଜା ଭଳି ଧାର୍ମିକ ଓ ସାମାଜିକ ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସମ୍ପର୍କକୁ ଆହୁରି ମଜବୁତ କରିଥାଏ ବୋଲି ଏହି ଅବସରରେ ଉପସ୍ଥିତ ଲୋକମାନେ କହିଥିଲେ।
ଏହି ଗସ୍ତ ସମୟରେ ପଞ୍ଚାୟତ ସଭାପତି ବିରଞ୍ଚି ସାହୁ, ଜରଡା ଗ୍ରାମ ପଞ୍ଚାୟତର ଯୁବ ନେତା ରମେଶ ଦାଶଙ୍କ ସମେତ ପୂଜା କମିଟିର ସଦସ୍ୟ, ଗ୍ରାମବାସୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଗଣପତି ବାପା ମୋରିୟା! 🙏
