ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଲା ଗାଈ, କୁକୁର ଓ ମାଙ୍କଡଙ୍କ ଆତଙ୍କ, ପଦକ୍ଷେପ ନେବାକୁ ଦାବି।
ଚିକିଟି, ତା ୧୬/୦୯/୨୦୨୬ – ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ବୁଲା ଗାଈ, ବୁଲା କୁକୁର ଏବଂ ମାଙ୍କଡ ମାନଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା, ଛାତ୍ରଛାତ୍ରୀ ଏବଂ ଯାନବାହନ ଚାଳକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଦିନସାରା ଚିକିଟି ମୁଖ୍ୟ ରାସ୍ତାରେ ପ୍ରାୟ ୧୫ରୁ ଅଧିକ ବୁଲା ଗାଈ ରାସ୍ତା ମଝିରେ ଠିଆ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଛନ୍ତି। ସେହିପରି ରାସ୍ତାରେ ମାଙ୍କଡ ଦଳଦଳ ହୋଇ ଦିନରାତି ରାସ୍ତାରେ ବୁଲୁଥିବା ଦେଖାଯାଇଛି ଏବଂ ଛକ ମାନଙ୍କରେ ବୁଲା କୁକୁର ରାସ୍ତା ମଝିରେ ଘୁରି ବୁଲୁଥିବାରୁ ଦୁର୍ଘଟଣା ଆଶଙ୍କା ବଢିଛି।
ଲୋକଙ୍କ ଅଭିଯୋଗ ଅନୁସାରେ ବୁଲା ଗାଈ ଗୁଡିକ ଦୋକାନ ସାମ୍ନାରେ ମଳତ୍ୟାଗ କରି ପରିବେଶ ଦୂଷିତ କରୁଛନ୍ତି ଓ ରାସ୍ତାରେ ଦୁର୍ଘଟଣା ଘଟାଉଛନ୍ତି।ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପିଲା ଓ ବୃଦ୍ଧ ଲୋକେ ଭୟଭୀତ ହେଉଛନ୍ତି। ମାଙ୍କଡ ଦଳ ଘର ଭିତରେ ପଶି ଖାଦ୍ୟ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ତେଣୁ ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗାଈଙ୍କ ପାଇଁ କାଞ୍ଜିଆ ହାଉସ୍, କୁକୁର ମାନଙ୍କ ପାଇଁ ବନ୍ଦ୍ୟାକରଣ ଏବଂ ମାଙ୍କଡ ନିୟନ୍ତ୍ରଣ ପାଇଁ ବନ ବିଭାଗ ସହ ମିଳିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
