୪ ବର୍ଷ ରେ ଓ୍ବାରିୟର ଗ୍ରୁଫ ଗଣେଶ ପୂଜା ପାଳିତ
ବଡ଼ସାହି …… ଓ୍ବାରିୟର ଗ୍ରୁଫ ଆନୁକୁଲ୍ୟରେ ଚାଲିଥିବା ଗଣେଶ ପୂଜା ଚଳିତ ବର୍ଷ ୪ ବର୍ଷରେ ପଦାର୍ପଣ କରିଛି। ଏହି ପୂଜାରେ ଗ୍ରୁଫ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମହାରାଷ୍ଟ୍ର ଡିଜାଇନର ଗଣେଶ ମୂର୍ତ୍ତି ସମସ୍ତଙ୍କ ମନ ମହିଛି। ଏଥିସହିତ ଆକର୍ଷଣୀୟ ମେଢ଼ ଓ ଆଧୁନିକ ରଙ୍ଗବେରଙ୍ଗର ଆଲୋକ ସଜ୍ଜିତ ଦେଖିବାକୁ ପୂଜା ମଣ୍ଡପରେ ଭିଡ଼ ଲାଗିରହିଛି। ବଡ଼ସାହି ତହସିଲ ସମ୍ମୁଖରେ ସୋମବାର କ୍ଲବ ପକ୍ଷରୁ ପାଞ୍ଚ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ପ୍ରତିବର୍ଷ କିଛି ନୂଆ କରିବାର ନିଶା ନେଇ ବଡସାହି ଅଞ୍ଚଳର ସମାଜସେବୀ ସିପୁନ କୁମାର ସେଠୀ ଙ୍କ ଦ୍ଵାରା ଏକାକୀତ୍ବର ପ୍ରୟାସରେ ଓ ଗ୍ରୁଫ ର ଯୁବକମାନେ ପ୍ରସ୍ତୁତି କରୁଥିଲାବେଳେ ଏହି ଗ୍ରୁଫର ପୂଜା ଦେଖିବା ପାଇଁ କେବଳ ବଡସାହି ନୁହେଁ, ଆଖପାଖ ୫ ରୁ ୧୦ କିଲୋମିଟର ଦୂରରୁ ଅଞ୍ଚଳର ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହିଛି। ଦୁର୍ଗାମଣ୍ଡପ ନିକଟରେ ଥିବା ତାଳପୋଖରୀ ରୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଘଟ ଉତ୍ତୋଳନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହାକୁ ନେଇ ବଡସାହି ବଜାର ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତହସିଲ ସମ୍ମୁଖରେ ‘ ଓ୍ବାରିୟର ଗ୍ରୁଫ ‘ ପକ୍ଷ ରୁ ଏହି ପୂଜାକୁ ଧୁମଧାମରେ ପାଳନ କରାଯାଇଛି।
