*ସ୍ୱରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଗୁରୁ ଦିବସ ଉତ୍ସବ ପାଳିତ* ।
ନୂଆପଡା(ମିଖାଏଲ ନନ୍ଦ)
ତା ୦୫-୦୯-୨୬
ନୂଆପଡ଼ା ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖରିଆର ରୋଡ଼ ଠାରେ ଶନିବାର ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି|ଗୁରୁମା ଚାନ୍ଦନୀ ହଂସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ଦାସ ଶିଶୁ ଭାଇ, ଭଉଣୀ ମାନଙ୍କୁ ଗୁରୁ ଦିବସ ବିଷୟରେ ଅବଗତ କରାଇଥିଲେ|ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖରିଆର ରୋଡ଼ ର ଅବସର ପ୍ରାପ୍ତ ଆଚାର୍ଯ୍ୟା ପ୍ରମିଳା ନାଏକ ଓ ଅବସର ପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ରଥ କୁ ଗୁରୁ ପୂଜନ କରି ସମ୍ମାନିତ କରାଯାଇଥିଲା|ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା କୁ ଶିଶୁ ଭାଇ,ଭଉଣୀ ଓ ଖରିଆର ରୋଡ଼ ମହିଳା ମଣ୍ଡଳ ର ସଦସ୍ୟା ସିଲୁ ଗୋୟଲ,କିରନ ଅଗ୍ରୱାଲ,ରୀତୁ ବନ୍ଧେଇ,ପୁନମ ଅଗ୍ରୱାଲ ସମ୍ମାନିତ କରିଥିଲେ| କାର୍ଯ୍ୟ କ୍ରମ କୁ ଆଚାର୍ଯ୍ୟା କଳ୍ପନା ତାନଡି ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ କୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ|
