**ସୋରିଶିଆପଦା ଗ୍ରାମ ପଞ୍ଚାୟତ ରେ ଗୁରୁ ଦିବସ ପାଳନ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୫.୯.୨୦୨୬ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ” ସୋରିଶିଆପଦା ଗ୍ରାମ ପଞ୍ଚାୟତ ପବିତ୍ର ଗୁରୁ ଦିବସ ପାଳନ କରିଅଛି।
ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ମଧ୍ୟାହ୍ନ ସମୟରେ ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ ବିଶିଷ୍ଟ ଅତିଥି ଭାବେ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ମୁଖ୍ୟ ବକ୍ତା ଭାବେ ଓ ଅବସର ପ୍ରାପ୍ତ ଶିକ୍ଷକ ମଙ୍ଗୁଳି ଚରଣ ବିଶ୍ବାଳ, ଉମେଶ ଚନ୍ଦ୍ର ଧୀର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ପୂଜନ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ
ସମସ୍ତ ମଞ୍ଚାସୀନ ଅତିଥି ଙ୍କ ସହିତ ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପ ଗୁଛ , ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରପକ୍ଷରେ ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ତଥା ବିଶିଷ୍ଟ ପରିବେଶବିତ୍ ଦଣ୍ଡଧର ସାହୁ ସରପଞ୍ଚ ଶ୍ରୀ ରାଉତ ଙ୍କୁ ମାନପତ୍ର ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
