ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ପୂଜନ ଓ ନନ୍ଦ ଉତ୍ସବ ପାଳିତ .
ବେଲଗୁଣ୍ଠା.୦୫/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଆଜି ଗୁରୁ ପୂଜନ ଓ ନନ୍ଦ ଉତ୍ସବ ପାଳନ ହୋଇଛି. ପ୍ରଥମେ ଛାତ୍ରଛାତ୍ରୀ ଫୁଲ ଚନ୍ଦନ ଦେଇ ଗୁରୁମା ଗୁରୁଜୀଙ୍କୁ ପୂଜାଅର୍ଚନା କରିଲେ. ପରେ ଶିକ୍ଷାକେନ୍ଦ୍ର ର କୁନି କୁନି ଶିଶୁ ମାନେ ରାଧା, କୃଷ୍ଣ, ବଳରାମ, ରୋହିଣୀ, ବାସୁଦେବ, ଦେବକୀ ଏବଂ ଯଶୋଦା ଓ ନନ୍ଦ ବାବା ବେଶରେ ନଗର ଭ୍ରମଣ କରିଥିଲେ . ଏହାଦ୍ଵାରା ଗ୍ରାମ ବାସୀଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା . ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତଆରାଇ ଶଶୀ ଭୂଷଣ ଅଚାରୀ ବିଦ୍ୟାଳୟର ପ୍ରତିଷ୍ଠାତା ମାଧବ ଚନ୍ଦ୍ର ଆପଟ ଯୋଗ ଦେଇ ଶିଶୁଙ୍କୁ ପୁରସ୍କାର ବିତରଣ କରିଥିଲେ. ଏହାସହିତ ଉପସ୍ଥିତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ପ୍ରସାଦ ସେବନ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ଶିକ୍ଷା କେନ୍ଦ୍ରର ଗୁରୁମା ରାଜଲକ୍ଷ୍ମୀ, ଦୀପା, ସୁଲୋଚନା, ଲିଜା, ପୂଜା, ଆଶା, ଗୁଡଲି ଓ ରାଜେଶ୍ୱର ଭାଇ, ମଳୟଭାଇ, ପ୍ରମୋଦ ଭାଇ, ବସନ୍ତ ଭାଇ ସହଯୋଗ କରିଥିଲେ l
