ଜଳେଶପଟ୍ଟାରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଲା ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧ ଦିବସ।
କନ୍ଧମାଳ: ୪/୯ (ନି. ପ୍ର )ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜଳେଶପଟ୍ଟା କନ୍ୟାଶ୍ରମ ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ପାଳନ ସହ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାମୀଜୀଙ୍କ ସ୍ମୃତିଚାରଣ ସହ ତାଙ୍କ ଆଦର୍ଶ, ସେବା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଶ୍ରମ ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ଛାତ୍ରୀ ଓ ଅନ୍ୟମାନେ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରିବା ସହ ସ୍ୱାମୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜନ୍ମାଷ୍ଟମୀର ଆଧ୍ୟାତ୍ମିକ ଉତ୍ସବ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିଚାରଣରେ ଜଳେଶପଟ୍ଟା ଆଶ୍ରମ ପରିସର ଭକ୍ତିମୟ ହୋଇଉଠିଥିଲା।
