*ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସର ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ, ଉତ୍ସବ ମୁଖରିତ, ଭଜନ ସନ୍ଧ୍ୟା, ଆଧ୍ୟାତ୍ମିକ ପରିବେଶରେ କୃଷ୍ଣ ଜନ୍ମଉତ୍ସବ*
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସର ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ। ଶାଖା ସମ୍ମୁଖରେ ଉତ୍ସବ ମୁଖରିତ ହେଉଥିବା ବେଳେ ପୂଜା ଆରମ୍ଭ ହୋଇଛି । ସେହିପରି ଅପରାହ୍ନ ରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଧ୍ୟାତ୍ମିକ ପରିବେଶରେ କୃଷ୍ଣ ଜନ୍ମଉତ୍ସବ ପାଳିତ ହେଉଅଛି। ମୁଖ୍ୟ ଶାଖା ପ୍ରବନ୍ଧକ ଦିନେଶ କୁମାର ମିଶ୍ର କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ଶାଖା ରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀମାନେ ଯୋଗ ଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭରପୂର ଆନନ୍ଦ ନେଇଛନ୍ତି। ବିଶେଷ ରୂପେ ଜନତା ସହ ଯୋଡ଼ି ହୋଇ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ର ବାର୍ତ୍ତା ବହନ କରିବାକୁ ଏହି କାର୍ଯ୍ୟକ୍ରମ ବୋଲି ଶାଖା ପକ୍ଷ ରୁ ପ୍ରକାଶ। ଆଗକୁ ଅନେକ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ସହ ଜଡ଼ିତ ହୋଇ ଏକ ନୂତନତ୍ବ ବାର୍ତ୍ତା ବହନ କରିବା ପାଇଁ ଏହି ଭବ୍ୟ ଆୟୋଜନ ଅଟେ। ସମସ୍ତେ ଏକାକାର ହୋଇ ପର୍ବ ପର୍ବାଣୀ ଙ୍କୁ ପାଳନ କଲେ ନିଜ ମଧ୍ୟରେ ଥିବା ତିକ୍ତତା ଦୂର ହେବା ସହ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ର ଏକ ସେତୁ ସୁଯୋଗ ସୃଷ୍ଟି ହେବ। ତେଣୁ ସମସ୍ତଙ୍କ ସହ, ଏବଂ ସାଙ୍ଗରେ ପାଳନ କରିବା
