ବୌଦ୍ଧ ନିର୍ବାଚନମଣ୍ଡଳୀ ର ହରଭଙ୍ଗା ମଣ୍ଡଳ ଛତ୍ରଙ୍ଗ ଠାରେ ମଣ୍ଡଳ ସ୍ତରୀୟ ସମାବେଶ :ଯୋଗଦେଲେ ବିଧାୟକ ସରୋଜ ପ୍ରଧାନ
ହରଭଙ୍ଗା (2.9.26) ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ହରଭଙ୍ଗା ମଣ୍ଡଳ ଛତ୍ରଙ୍ଗ ଠାରେ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ସମାବେଶ ମଣ୍ଡଳ ସଭାପତି ତଥା ବ୍ଲକ ଭାଇସ ଚେୟାରମ୍ୟାନ କାନ୍ହୁ ଚରଣ ନାଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗଦେଇ ମଂଡଲସ୍ତରୀୟ କର୍ମକର୍ତ୍ତା ଙ୍କୁ ଆଗାମୀ ଦିନ ରେ ଦଳ କୁ ମଝଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଙ୍କ ଜନହିତକର କାର୍ଯ୍ୟ କିପରି ତଳସ୍ତର ରେ ଗରିବ ଲୋକ ଙ୍କ ନିକଟରେ ପହଂଚିପାରିବ ସେଥି ପ୍ରତି କର୍ମକର୍ତ୍ତା ମାନେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ନିଜ ନିଜ ଅଂଚଳ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରସ୍ତାବ ଦେବାକୁ ବିଧାୟକ ଅନୁରୋଧ କରିଥଲେ। ଏଥିରେ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ତପନ ଡାଙ୍ଗ, ଅନିଲ ସିଂହ ପ୍ରମୁଖ ଯୋଗଦେଥିଲେ।
