ଉଦୟଗିରି ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣ
ରିପୋର୍ଟ _ନିରୋଜ କୁମାର ସେଠୀ
ବଡ଼ଚଣା : – ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମଝିପଡ଼ା ପଂଚାୟତ ସ୍ଥିତ ରାଜ୍ୟ ର ଅନ୍ୟତମ ବୌଦ୍ଧ କୀର୍ତ୍ତି ରାଜ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଉଦୟଗିରି ମୁଖ୍ୟ ଫାଟକ ସମ୍ମୁଖରେ ମଝିପଡ଼ା ପଂଚାୟତ ର ସରପଞ୍ଚ ଓ ସ୍ଥାନୀୟ ଗ୍ରାମବାସୀ ଓ ଠିକା କର୍ମଚାରୀ ମାନଙ୍କ ଶାନ୍ତି ପୂର୍ଣ୍ଣ ଗଣଧାରଣା ,ଉଦୟଗିରି ର ସୁରକ୍ଷା ଓ ଏହାର ରକ୍ଷାଣବେକ୍ଷଣ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ନିୟୋଜିତ ହୋଇଥିବ ସରକାରୀ ଠିକା ସଂସ୍ଥା ” ଶିଲିକନ ” ଘରୋଇ ହାତରେ ଦାୟିତ୍ୱ ଦିଆ ଯାଇଥିଲା, ଚୁକ୍ତି ସମୟରେ ଉକ୍ତ ଘରୋଇ ସଂସ୍ଥା ଟି ସରକାରୀ ଅନୁମୋଦନ ରେ ପ୍ରଶିକ୍ଷଣ ଦେଇ ସ୍ଥାନୀୟ ଅଂଚଳ ର ବେକାରୀ ଶିକ୍ଷତ ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ! ହେଲେ ଉକ୍ତ ସଂସ୍ଥା ଟି ସଫେଇ କର୍ମଚାରୀ, ସୁରକ୍ଷା କର୍ମଚାରୀ ପଦବୀରେ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା , ଉକ୍ତ ସଂସ୍ଥା ରୁ ଯୁବକ ମାନେ ଚାରି ରୁ ପାଞ୍ଚ ମାସ ର ପରିଶ୍ରମିକ ପାଇଥିଲେ, ହେଲେ ଏକ ବର୍ଷ ରୁ ଉର୍ଦ୍ଧ ହେବ ବକେୟା ମାସିକ ପାରିଶ୍ରମିକ ପାଇ ନାହାନ୍ତି, ସିଲିକନ ସଂସ୍ଥା ର ଚୁକ୍ତି ଓ ସମୟ ସୀମା ସମାପ୍ତ ହେବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ‘କଳିଙ୍ଗ ‘ନାମକ ଏକ ଘରୋଇ ଠିକା ସଂସ୍ଥା କୁ କାର୍ଯ୍ୟ ଭାର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି, କଳିଙ୍ଗ ଘରୋଇ ଠିକା ସଂସ୍ଥା କାର୍ଯ୍ୟଭାର ଦାୟିତ୍ୱ ନେବା ପରେ ସ୍ଥାନୀୟ ମଝିପଡା ଅଂଚଳର କର୍ମଚାରୀ ଯୁବକ ମାନଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ ନ କରି ଅନ୍ୟ ଯୁବକ ମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରିବାରୁ ପଂଚାୟତ ବାସି ଏହାକୁ ଦୃଢ ପ୍ରତିବାଦ କରିବା ସହ ପୁରୁଣା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି, ବକେୟା ଦରମା ଟଙ୍କା ଫେରସ୍ତ ସହ ବାହାର ଯୁବକ ଙ୍କୁ ନିଯୁକ୍ତି ନ ଦେବାକୁ ଦାବୀ କରିଛନ୍ତି, ଚାକିରୀ ଦେବା ପରିବର୍ତ ବେଆଇନ ଅର୍ଥ କାରବାର ର ଅଭିଯୋଗ ସମ୍ମାକୁ ଆଣିଛନ୍ତି , ଜିଲ୍ଲା ପ୍ରଶାସନ ଓ ପ୍ରଯ୍ୟଟନ ବିଭାଗ ଯଦି ଏହାକୁ ଅମାନ୍ୟ କଲେ ଏହି ଗଣଧାରଣା ଅନିଦିଷ୍ଟ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛନ୍ତି !.
