*ବିଶ୍ୱ ମା ତୁଳସୀ ମହିଳା ସଂଗଠନ ଆନୁକୂଲ୍ୟରେ ଗମ୍ଭା ପୂର୍ଣିମା ତଥା ରକ୍ଷା ବନ୍ଧନ ଉତ୍ସବ ର ଆୟୋଜନ କରାଯାଇଥିଲା**
ନୂଆପଡା(ମିଖାଏଲ ନନ୍ଦ)
ତା-୦୨/୦୯
ଗତ ତାରିଖ ୨୭/୦୮/୨୬ ଗୁରୁବାର ଦିନ ମହିଳା ସଂଗଠନ ବିଶ୍ୱ ମା ତୁଳସୀ ମହିଳା ସଂଗଠନ ଆନୁକୂଲ୍ୟରେ ଗମ୍ଭା ପୂର୍ଣିମା ତଥା ରକ୍ଷା ବନ୍ଧନ ଉତ୍ସବ ର ଆୟୋଜନ କରାଯାଇଥିଲା l ସିନାପାଲି ବ୍ଲକ ନୀଳଜୀ ଗ୍ରାମର ମହିମା ମଠ ପରିସରରେ ଏହି କାର୍ଯ୍ୟକ୍ରମ ସଂଗଠନ ଦ୍ଵାରା ଆୟୋଜନ କରାଯାଇ ଅଂଚଳର ମହିଳା ଓ ସାଧୁ ସନ୍ୟାସୀ ଯୋଗଦାନ କରିଥିଲେ.l ଆଜିର ଅତିଥି ଲୁନା ମେହେର ରକ୍ଷା ବନ୍ଧନ ର ଶୀର୍ଷକ ଓ ପରମ୍ପରା ତଥା ଆମ ସଂସ୍କୃତି ଉପରେ ବର୍ଣନା କରିଥିଲେ l ସଭାର ଅନ୍ୟତମ ଅତିଥି ରେବତୀ ସାହୁ ସଂସ୍କୃତି ଓ ବଳଦେବଜୀଉ ଙ୍କ ଜନ୍ମ ଓ ଚାଷୀ ଙ୍କ ପର୍ବ ସହିତ କିପରି ରକ୍ଷା ବନ୍ଧନ ର ମହତ୍ୱ ସମ୍ପର୍କ ବିଷୟରେ ବର୍ଣନା କରିଥିଲେ l ଶେଷରେ ରେ ଅନୁଷ୍ଠାନ ର ସମ୍ପାଦିକା ବିମଳା ସା ଅତିଥି ଓ ଉପସ୍ଥିତ୍ ଅଭୟଗତ ଙ୍କୁ ଧନ୍ୟବାଦ ସହ ସଭା ପରିସମାପ୍ତି ଘୋଷଣା କରିଥିଲେ ଆଜିର କାର୍ଯ୍ୟକ୍ରମ ଟି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ଆର୍ଥୀକ ସହାୟତା ରେ କରାଯାଇଥିଲା l
