ବିଦ୍ୟୁତ ସଂଯୋଗରୁ ବଞ୍ଚିତ ୪୦ ପରିବାର, ଆଜି ବି ଡିବିରୀ ଆଲୁଅ ଭରସା
ବାଲିଗୁଡ଼ା: (ନି. ପ୍ର )୨/୯/ ୨୬:
ଆଜିର ବିକଶିତ ଓଡ଼ିଶାରେ ମଧ୍ୟ ବିଦ୍ୟୁତ ଆଲୁଅରୁ ବଞ୍ଚିତ ହୋଇ ଅନ୍ଧାରରେ ଜୀବନ କାଟୁଛନ୍ତି ପ୍ରାୟ ୪୦ ପରିବାର। ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଡଡକଙ୍ଗିଆ ପଞ୍ଚାୟତର ୩ନଂ ୱାର୍ଡର ପଙ୍ଗାପଡା, ପାତଳପଡି, ଗୁଦାସାହି ଓ ସୁରସୁଗା ଗ୍ରାମରେ ଏହି ପରିବାରଗୁଡ଼ିକ ବସବାସ କରୁଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ସନ୍ଧ୍ୟା ହେଲେ ଡିବିରୀ ଆଲୁଅ ହିଁ ଏକମାତ୍ର ଭରସା। ଏହା ଫଳରେ ପିଲାମାନଙ୍କ ପାଠପଢ଼ା ସହ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହେଉଛି।ବିଦ୍ୟୁତ ସୁବିଧା ଭଳି ମୌଳିକ ଆବଶ୍ୟକତାରୁ ଏତେ ବର୍ଷ ଧରି ବଞ୍ଚିତ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଓ ବିଦ୍ୟୁତ ବିଭାଗ ତୁରନ୍ତ ଏହି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
