ବଣିକ ସଙ୍ଘ ସଭାପତି ସୌରଭ ଙ୍କୁ ନିସର୍ତ୍ତ ଜାମିନ ମୋରଡା, ମୟୂରଭଞ୍ଜ
ମୟୁରଭଞ୍ଜ ;- ମୋରଡା – -ମୋରଡା ଅଞ୍ଚଳ ର ବଣିକ ସଙ୍ଘ ର ସଭାପତି ସୌରଭ ମହାନ୍ତି ଙ୍କ ସହିତ ମୋରଡା କୋର୍ଟ ରେ କାର୍ଯ୍ୟରତ କନେଷ୍ଟବଳ ଙ୍କ କୌଣସି କାରଣ ବଶତ ବାଚସା ହୋଇଥିଲା,ବହୁ ପୁରୁଣା ଘଟଣା କୁ କେନ୍ଦ୍ର କରି କନେଷ୍ଟବଳ କମଳ ଲୋଚନ ମହାନ୍ତ ଙ୍କୁ ଗାଳି ଗୁଲଜ କରିଥିଲେ, ବୋଲି ଅଭିଯୋଗ ହୋଇଥିଲା,ପରବର୍ତୀ ସମୟ ରେ ଉଭୟ ଙ୍କ ମଧ୍ୟରେ ୱପସ ସମାଧାନ ମଧ୍ୟ୍ୟ ହୋଇଥିଲା. କିନ୍ତୁ କମଲ ମହାନ୍ତ ମୋରଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ,ଘଟଣା ଘଟିବା ର ପରଦିନ ଅର୍ଥାତ ଶନିବାର ତା 29/8/2026ରିଖ ସନ୍ଧ୍ୟା ବେଳେ ହଟାତ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ତାଙ୍କ ଔଷଧ ଦୋକାନ ରୁ ବଣିକ ସଙ୍ଘ ସଭାପତି ଙ୍କୁ ଗିରଫ କରି କେଶ ନମ୍ବର 338/26 ରେ ମାମଲା ରୁଜୁ କରି ଦଫା ,126/2, 308/2,132/296/351(2)/3(5)BNS ରେ ରବିବାର ମୋରଡା ଜେ ଏମ ଏଫ ସି କୋର୍ଟ ରେ ହାଜାର କରିଥିଲେ , ଖବର ପାଇ କୋର୍ଟ ରେ ମୋରଡା ବଣିକ ସଙ୍ଘ ର ଶତାଧିକ ଦୋକାନୀ ମାନେ ପହଁଚି ଶ୍ରୀ ମହାନ୍ତି ଙ୍କୁ ଧର୍ଯ୍ୟ ଧରିବା ପାଇଁ ସାହସ ଦେଇଥିଲେ, ଅଦାଲତ ଉପରେ ଭରସା ରଖିବା ପାଇଁ କହିଥିଲେ, ମାନ୍ୟବର ଅଦାଲତ ଘଟଣା କ୍ରମ କୁ ଅନୁଧ୍ୟାନ କରି ଗୋଟିଏ ଦିନରେ ନିସର୍ତ୍ତ ଜାମିନ ପ୍ରଦାନ କରିଥିଲେ, ଜାମିନ ରେ ବାହାରିବା ପରେ ବଣିକ ସଙ୍ଘ ସଭାପତି ସୌରଭ ମହାନ୍ତି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ ଆମ ଭିତରେ ଯାହା ବଚସା ହୋଇଥିଲା ତାହା ସମାଧାନ ହୋଇ ଯାଇଥିଲା କିନ୍ତୁ ରାଜନୀତିକ ଆକ୍ରୋଶ ରଖି କେଶ କରାଯାଇଛି, ଯେ ହେତୁ ମୁଁ ବଣିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବା ସହିତ ଅଞ୍ଚଳ ର ସମସ୍ୟା କୁ ନେଇ ସବୁବେଳେ ସ୍ୱର ଉତ୍ତୋଳନ କରିଥାଏ,ତେଣୁ ରାଜନୀତିକ ଚକ୍ରାନ୍ତ କରି ମୋତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଛି,କିନ୍ତୁ ମାନ୍ୟବର ଅଦାଲତ ଠିକ ବିଚାର କରି ନିସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି, ଯେତେ ମିଛ କେଶ କଲେ ମଧ୍ୟ୍ୟ ମୋ ସ୍ୱର କୁ କେହି ଚାପି ପାରିବେ ନାହିଁ, ସାଧାରଣ ଲୋକଙ୍କ ସମସ୍ୟା ଓ ଅଞ୍ଚଳ ର ବିକାଶ ପାଇଁ ସ୍ୱର କୁ ଆହୁରି ଶାଣିତ କରିବି, ଯୋଉ ମାନେ ମୋତେ ଫସେଇବା ପାଇଁ ଚକ୍ରାନ୍ତ କରିଛନ୍ତି ଆଗାମୀ ଦିନରେ ଜନତା ତାଙ୍କୁ କଡା ଜବାବ ଦେବେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
