ଜାମଶୋଳା ସ୍ଵବର୍ଣ୍ଣରେଖା ନଦୀକୁ ଡେଇଁ ଯୁବକ ନିଖୋଜ
___________________
ସାରସକଣା,(୩୦/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶୋଳା ଠାରେ ସୂର୍ବର୍ଣ୍ଣରେଖା ନଦୀ ପୋଲ ଉପରୁ ନଦୀ ଭିତରକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇ ଯାଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ନିଖୋଜ ଯୁବକଙ୍କ ନାମ ରାସବିହାରୀ ବେହେରା, ଗ୍ରାମ ଚାନ୍ଦୁଆ ବୋଲି ଜଣାପଡିଛି । ଯୁବକ ଜଣକ ନିଜର ବାଇକ୍(ଓ.ଡ଼ି.୧୧ ଏ.ଏମ୍.୧୧୬୯) କୁ ପୋଲ ନିକଟରେ ରଖି ହଠାତ୍ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇ ଥିଲେ । ଘଟଣାସ୍ଥଳରେ ତୁରନ୍ତ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନି ଶମ ବିଭାଗର ଅଧିକାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଝାରପୋଖରିଆ ପୋଲିସ ସହିତ ଝାଡ଼ଖଣ୍ଡ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ୱିତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନଦୀର ଜଳସ୍ତର ଓ ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ଉପୁଜୁଥିବା ବେଳେ ଯୁବକଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ଧାର କାରୀ ଦଳ ନିରନ୍ତର ଚେଷ୍ଟା ଚଳାଇଛନ୍ତି । ଯୁବକ ଜଣକ କେଉଁ କାରଣରୁ ନଦୀଙ୍କୁ ଡେଇଁଲେ, ସେ ନେଇ ପୋଲିସ ତଦନ୍ତ ଚଲାଇଛନ୍ତି ।ଖବର ଲେଖା ଯିବା ପର୍ଯ୍ୟନ୍ତ ଉକ୍ତ ଯୁବକର କୌଣସି ପତ୍ତା ମିଳି ନ ଥିବାର ସୂଚନା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
