*ନୂତନ ଛାତ୍ରଛାତ୍ରୀଙ୍କୁ ନେଇ ଖଡ଼ିଆଳ ପରୀକ୍ଷିତ ଟାଇଗର +୨ ବିଜ୍ଞାନ କଲେଜରେ ରଙ୍ଗାରଙ୍ଗ ସ୍ୱାଗତ ସମାରୋହ*
ନୂଆପଡ଼ା (ମିଖାଏଲ ନନ୍ଦ):
ତା-୩୦/୦୮/୨୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ପରୀକ୍ଷିତ ଟାଇଗର +୨ ବିଜ୍ଞାନ କଲେଜରେ ଆଜି ନବାଗତ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱାଗତ ସମାରୋହ ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟ ନିର୍ଦ୍ଦେଶକ ମୋତିଲାଲ ବାଗ, ଶିକ୍ଷାବିତ୍ ଗଙ୍ଗାଧର ମହାନ୍ତି, ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ସୁରେନ୍ଦ୍ର କୁମାର, ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ଦାସ, କଲେଜ ପ୍ରିନ୍ସିପାଲ ଯୋଗେନ୍ଦ୍ର ମହାନନ୍ଦ ଓ ନିର୍ଦ୍ଦେଶକ ତେଜରାଜ ବାଗ ମଞ୍ଚାସୀନ ଥିଲେ।ଅତିଥିମାନେ ପ୍ରଥମେ ପରୀକ୍ଷିତ ବାଗଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ନିଜ ନିଜ ବକ୍ତବ୍ୟରେ ସେମାନେ କଲେଜର ଉନ୍ନତି, ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଓ ଭବିଷ୍ୟତ ଗଠନ ନେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ପରକ୍ଷିତ ଟାଇଗର ଯୁକ୍ତ ଦୁଇ ବିଜ୍ଞାନ କଲେଜ 2013 ମସିହାରେ ପ୍ରତିଷ୍ଠା ହୋଇ ଆଜକୁ 13 ବର୍ଷ ହେବ ନୀରବଛିନ୍ନ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛି। ଏହି ମହା ବିଦ୍ୟାଳୟ ର ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କ କଠୋର ପରିଶ୍ରମ ବଳରେ ଛାତ୍ରଛାତ୍ରୀ ମାନେ ଭଲ ପାଠପଢୁଛନ୍ତି। ଯାହାଫଳରେ ଗତ ୨୦୨୬-୨୭ ଶିକ୍ଷା ବର୍ଷରେ ଏହି ମହା ବିଦ୍ୟାଳୟ ର ଛାତ୍ର ବିଶ୍ୱଜିତ ପ୍ରଧାନ 98%ମାର୍କ ରଖି ନୂଆପଡା ଜ଼ିଲ୍ଲା ଟପର ହୋଇଛନ୍ତି। ସେହିଭଳି ଏହି ବିଦ୍ୟାଳୟ ର କ୍ଷିତିଶ ପୁଝାରି ଜ଼ିଲ୍ଲା ର ଦ୍ୱତୀୟ ଟପର ହୋଇ ନୂଆପଡା ଜ଼ିଲ୍ଲା ର ଗୌରବ ବର୍ଦ୍ଦନ କରି ପାରିଛନ୍ତି। ଏହି ମହା ବିଦ୍ୟାଳୟ 13 ବର୍ଷର ଜୀବନ ଯାତ୍ରାରେ ବହୁମୁଖୀ ପ୍ରତିଭା ବାନ ଛାତ୍ରଛାତ୍ରୀ ସୃଷ୍ଟି କରି ପାରିଛି ବୋଲି ବକ୍ତା ମାନେ ଆଜିର ଫ୍ରେସର ପାର୍ଟି ସଭାରେ ବଖାଣି ଛନ୍ତି। ନବାଗତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଲୁକାୟିତ ପ୍ରତିଭା କୁ ବିକଶିତ କରିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଆମେ ସମସ୍ତେ ସତ ଚେଷ୍ଟିତ ବୋଲି ମହା ବିଦ୍ୟାଳୟ ପ୍ରିନ୍ସିପାଳ କହିଛନ୍ତି।ଗତବର୍ଷ ଏହି କଲେଜ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରି ସଫଳତା ସାଉଣ୍ଟି ଥିବାରୁ, ଚଳିତ ବର୍ଷ ବହୁସଂଖ୍ୟାରେ ନୂତନ ଛାତ୍ରଛାତ୍ରୀ ଉଚ୍ଚ ଆଶା ନେଇ ନାମ ଲେଖାଇଛନ୍ତି।ପୁରୁଣା ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ନବାଗତମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ ଜଣାଯାଇଥିଲେ । ନୂତନ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ଦେବା ସହ ନିଜର ଲକ୍ଷ୍ୟ ବ୍ୟକ୍ତ କରିଥିଲେ।
ଇଂରାଜୀ ଅଧ୍ୟାପିକା ଆରୀୟା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୌମ୍ୟାଶ୍ରୀ ବିଶି ପରିଚାଳନା କରିଥିଲେ। ଶେଷରେ କଲେଜ ନିର୍ଦ୍ଦେଶକ ତେଜରାଜ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ସଙ୍ଗୀତର ଆସର ଜମିଥିଲା।
