ବେତନଟୀରେ ସ୍ୱର୍ଗତ ପ୍ରସନ୍ନ କୁମାର ଦାଶଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ
ବେତନଟୀ, ମୟୂରଭଞ୍ଜ ମାଟିର ଗର୍ବ ତଥା ୯ ଥର ବିଧାୟକ ସହିତ ଓଡ଼ିଶା ବିଧାନସଭା ର ୨ଥର ବାଚସ୍ପତି ଓ ପରିବେଶ ମନ୍ତ୍ରୀ ସ୍ୱର୍ଗତ ପ୍ରସନ୍ନ କୁମାର ଦାଶଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଆଜି ବେତନଟୀ ଠାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ବେତନଟୀ ବଙ୍ଗଳାଚ୍ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ଧୂପ ପ୍ରଦାନ ପରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ପ୍ରସନ୍ନ କୁମାର ଦାଶ ଙ୍କ କନିଷ୍ଠ ପୁତ୍ର ସୁଭାଷ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବେତନଟୀ ଅଞ୍ଚଳ ବରିଷ୍ଠ ନାଗରିକ ଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ, ଅରୁଣ କୁମାର ଓତା, ପ୍ରବୀର କୁମାର ବାରିକ, ବାସୁଦେବ ନାପିତ, ଗୁରୁଚରଣ ଭୂୟାଁ,ରବିନ୍ଦ୍ର ନାଥ ଖଟୁଆ, ରବୀନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ମହାନ୍ତି, ମଣ୍ଟୁ ଜେନା, ମାନସ ନାୟକ ଙ୍କ ସହିତ ବେତନଟୀ ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରା ଉପସ୍ଥିତ ଥିଲେ।ଏହି ଅବସର ରେ ସ୍ବର୍ଗତ ଦାଶଙ୍କ ସ୍ମୃତି ମନେ ପକାଇ ବକ୍ତାମାନେ କହିଥିଲେ ଯେ, ୧୯୧୯ ମସିହା ଅଗଷ୍ଟ ୨୭ ରେ ଜନ୍ମିତ ସ୍ୱର୍ଗତ ପ୍ରସନ୍ନ ବାବୁ ୧୯୫୨ ରୁ ୨୦୦୦ ପର୍ଯ୍ୟନ୍ତ ମୋରଡା, ବୈଶିଙ୍ଗା, ଖୁଣ୍ଟା ଓ ବାରିପଦାରୁ ୯ ଥର ବିଧାୟକ ହୋଇ ଏ ଅଞ୍ଚଳର ରାସ୍ତା, ଶିକ୍ଷା ଓ ନଦୀ ନାଳରେ 6ପାଲ ନିର୍ମାଣ ତଥା ଆଦିବାସୀ ବିକାଶ ପାଇଁ ଅବିସ୍ମରଣୀୟ ଅବଦାନ ଦେଇଛନ୍ତି। ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ପରିବାର ସଦସ୍ୟ ଓ ବେତନଟୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
