ଅବସରପ୍ରାପ୍ତ ଆଦର୍ଶ କର୍ମଚାରୀଙ୍କ ବିୟୋଗ
ଆଗରପଡ଼ା,(ନିପ୍ର) ପ୍ରାକ୍ତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ହାତଗଢ଼ା ଶିକ୍ଷାନୁଷ୍ଠାନ ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ଅବସରପ୍ରାପ୍ତ ଆଦର୍ଶ କର୍ମଚାରୀ ମହେନ୍ଦ୍ର ଘଡ଼େଇଙ୍କର ୮୭ ବର୍ଷ ବୟସରେ ବିୟୋଗ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗାକ୍ରାନ୍ତ ହୋଇ ସେ ଘରେ ଚିକିତ୍ସାଧୀନ ଥିଲେ । ସେ ଜଣେ କର୍ମ ତତ୍ପର ଆଦର୍ଶ କର୍ମଚାରୀ ଭାବେ ବେଶ ଜଣାଶୁଣା ଥିଲେ । ତେଣୁ ସେ ଏହି ହାଇସ୍କୁଲରୁ ଚାକିରୀ ଜୀବନ ଆରମ୍ଭ କରି ଏହିଠାରୁ ହିଁ ଅବସର ନେଇଥିଲେ । ସେ ଜଣେ କର୍ମଠ,ମେଳାପୀ,ପରୋପକାରୀ,ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ,ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ,ବିଜେପି ଯୁବନେତା ବସନ୍ତ ପତି, ହିମାଦ୍ରୀ ମହାନ୍ତି ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
