ହେଲ୍ଥ ଅନ୍ ହ୍ୱିଲ୍ସ – ଚକ୍ଷୁ ପରୀକ୍ଷା ଶିବିର
(ରମେଶ ଅଗ୍ରୱାଲ.:ନିପ୍ର)
୨୩ ଅଗଷ୍ଟ ୨୦୨୬ ତାରିଖ ସକାଳ ୧୦ଟାରେ ବଲାଙ୍ଗିରର ଯୋଗର୍ସ ପାର୍କ ନିକଟରେ ଲାୟନ୍ସ କ୍ଲବ୍ ବଲାଙ୍ଗିର ଏବଂ ଲିଓ JITM ବଲାଙ୍ଗିରର ମିଳିତ ଆୟୋଜନରେ ‘ହେଲ୍ଥ ଅନ୍ ହ୍ୱିଲ୍ସ’ ପ୍ରକଳ୍ପ ଅଧୀନରେ ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ ଶିବିର ଆୟୋଜିତ ହୋଇଥିଲା।
ଶିବିରରେ ୧୫୦ ଜଣ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଲାୟନ୍ସ କ୍ଲବ୍ ବଲାଙ୍ଗିରର ସଭାପତି ଲାୟନ୍ ପ୍ରଦୀପ ସାରଙ୍ଗୀଙ୍କ ସମେତ ଲିଓ JITMର ସଦସ୍ୟ ଏବଂ ଲାୟନ୍ସ କ୍ଲବ୍ ବଲାଙ୍ଗିରର ସଦସ୍ୟମାନେ ଶିବିରରେ ସକ୍ରିୟ ଭାବେ ଯୋଗଦେଇଥିଲେ।
ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏଭଳି ଚକ୍ଷୁ ପରୀକ୍ଷା ଓ ସେବା ଶିବିର ଆଗାମୀ ଦିନରେ ଆୟୋଜନ କରାଯିବ। ଏହା ମାଧ୍ୟମରେ ଏଡ଼ାଇପାରିବା ଯୋଗ୍ୟ ଅନ୍ଧତ୍ୱ ଦୂରୀକରଣ ସହିତ ଲୋକଙ୍କ ଚକ୍ଷୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ କରାଯିବ।
