ସୀମାନ୍ତ ମହାବିଦ୍ୟାଳୟ ର ୪୭ ତମ ସ୍ଵନକ୍ଷତ୍ର ଦିବସ ପାଳିତ
———————————
ସାରସକଣା,(୧୩/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନସ୍ଥ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୭ ତମ ସ୍ଵନକ୍ଷତ୍ର ଦିବସ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମାନ୍ୟବର ଭାଦାବ ହାଁସଦା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ସୀମାନ୍ତ ସମିତିର ଦୁଇ ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଅର୍ଧେନ୍ଦୁ ପ୍ରହରାଜ ମୁଖ୍ୟ ବକ୍ତା ଓ ଶ୍ରୀଯୁକ୍ତ ଘାସିରାମ କଲିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଉତ୍ସବର ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ଝା ,ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି ,ଲେଫ୍ଟ ନେଣ୍ଟ୍ ନିହାର ରଞ୍ଜନ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଶୁଭାରମ୍ଭ ରେ ଅତିଥିମାନେ ପ୍ରଥମେ ଗଣେଶ ,ସୁଭାଷ ବୋଷ ଓ ପ୍ରବାଦ ପୁରୁଷ ପରେଶଚନ୍ଦ୍ର ବସାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ମାତରଂ ଗାନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପିକା ସ୍ଵପ୍ନେଶ୍ୱରୀ ମୁର୍ମୁ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ ପରେ ଜଗତର ନାଥ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀଯୁକ୍ତ ଅନିଲ କୁମାର ଝା ଅତିଥି ପରିଚୟ ପ୍ରଦାନ କରିଥିଲେ ପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତି ନିଜର ଅଭିଭାଷଣରେ ସୀମାନ୍ତ ମହାବିଦ୍ୟାଳୟର ବିଗତ ବର୍ଷର ସଫଳତାର ବିବରଣୀ ଓ ଅଭାବ ଅସୁବିଧା ସମ୍ପର୍କରେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ।ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ।ସୀମାନ୍ତ ସମିତି ର ଦୁଇ ପ୍ରତିଷ୍ଠାତା ସଦସ୍ୟ ନିଜ ଅତୀତ ଜୀବନର ସଂଘର୍ଷ ମୟ କାହାଣୀ ବର୍ଣ୍ଣନା ବେଳେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।ଶେଷରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସରକାର ଙ୍କର କେଜି ରୁ ପିଜି ମୁକ୍ତ ଆର୍ଥିକ ଯୋଜନା ସହ ସୀମାନ୍ତ ମହାବିଦ୍ୟାଳୟର ଅତୀତ ଗୌରବ ବଜାୟ ରଖିବାକୁ ସାଧନା କରିବାକୁ ପ୍ରେରଣା ଯୋଗାଇ ଥିଲେ।ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଜାରି ରଖିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଅଧ୍ୟକ୍ଷ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଅତିଥିମାନଙ୍କ ଦ୍ୱାରା ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ସ୍ୱର୍ଣ୍ଣସୀମା ର ଉନ୍ମୋଚନ କରାଯାଇଥିଲା।୨୦୨୫/୨୬ ଶିକ୍ଷା ବର୍ଷରେ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ବିଜ୍ଞାନ ରେ ଶ୍ରୀମାନ୍ ଶିବଶଙ୍କର ମଣ୍ଡଳ, କଳାରେ ସୁଶ୍ରୀ ଦୁଲିମଣି ମାରାଣ୍ଡି,ବାଣିଜ୍ୟରେ ସୁଶ୍ରୀ ସ୍ନେହଲତା ନାଏକ ମହାବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର୍ ରଖି ସମ୍ମାନିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶ୍ରେଷ୍ଠ ସ୍ନାତକ ଭାବେ ଓଡ଼ିଆରେ ସୁଶ୍ରୀ ଶିବାନୀ ମହାନ୍ତ ଓ ନୃତତ୍ତ୍ୱ ରେ ସାଗରିକା ମୁର୍ମୁ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ସେହିପରି ଦତ୍ତ ମେମୋରିଆଲ ତର୍କ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ସମ୍ପାରାଣୀ ଦଳେଇ ଓ ଜଗବନ୍ଧୁ ମେମୋରିଆଲ ତରଫରୁ +୨ ବିଜ୍ଞାନ ରେ ସର୍ବୋଚ୍ଚ ନମ୍ୱର୍ ରଖିଥିବା ଛାତ୍ର ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା।ଶେଷରେ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
