ତାରିଖ: ୧୩/୦୮/୨୦୨୬
ଲିଙ୍ଗରା ନାଳରେ ଭାସି ଯାଇ ଥିବା କାଉଡିଆଙ୍କ ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ।
ଅନୁଗୋଳ ଜିଲ୍ଲା : ଅନୁଗୋଳ ବ୍ଲକ ଅନ୍ତର୍ଗତ ଟିପିରି ସିଂହା ଶିବ ମନ୍ଦିର ନିକଟ ଲିଙ୍ଗରା ନାଳରେ ଗତ ସୋମବାର ଭାସି ଯାଇ ଥିବା ଦୁଇ କାଉଡିଆଙ୍କ ମଧ୍ୟରୁ ଆୟୁଷ ରଥଙ୍କ ମୃତ ଦେହ ଯାଜପୁର ଜିଲ୍ଲା ଜେନା ପୁର ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ଅନ୍ୟ ଜଣ ସୁମିତ୍ ସୌରଭ ରଥ ଉଦ୍ଧାର ହୋଇଥିଲେ । ଖବର ପାଇ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ଏଥିସହ ଓଡ଼ିଶା ସରକାରଙ୍କ କ୍ଷତି ପୂରଣ ରାଶି ତ୍ୱାରିତ ଭାବେ ପରିବାରକୁ ପ୍ରଦାନ ପାଇଁ ଅନୁଗୋଳ ତହସିଲଙ୍କ ସହ ଆଲୋଚନା କରିଥିଲେ ସେ କହିଛନ୍ତି। ।
ତାଳଚେର ରୁ। କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
