**ମହାପଦା ଗ୍ରାମରେ ଦିନ ତିନିଟାରେ ଦନ୍ତା ହାତୀ ତାଣ୍ଡବ ଲୀଳା* * lଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକର ମହାପଦା ଗ୍ରାମରେ ଦିନ ତିନିଟା ସମୟରେ ଗ୍ରାମଭିତରେ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳୁଛି l ଏହି ସମୟରେ ବିଦ୍ୟାଳୟ ଛୁଟି ପିଲାମାନେ ବସ୍ତାନି ଧରୀ ଘରକୁ ଦୌଡ଼ି ଯାଉଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ, ଠିକି ସେହି ସମୟରେ ଭଗବାନଙ୍କର ଦୂତହୋଇ ଜଣେ ବାଇକ ଆରୋହୀ ପିଲାଦୁଇଟିକୁ ହାତୀ ଆକ୍ରମଣରୁ ଉଦ୍ଧାର କରି ପାରିଥିଲେ,ଗାଈ ଗୋରୁ ଘର ମୁହାଁ ହୋଇଥାନ୍ତି, ଠିକି ଏହି ସମୟରେ ହାତୀର ଗ୍ରାମାମୁହାଁ ହେଵା କେତେବଡ ବିପଦ, ପିଲାମାନେ ହାତୀ ପଛରେ ଦୌଡୁଛନ୍ତି l ଦୁଇଦିନ ହେଲା ହାତୀ ଓ ମଣିଷଙ୍କ ମଧରେ ଛକା ପଞ୍ଝା ଚାଲିଛି l ସବୁ ଧାନ ଦଳି ଚକଟି ନଷ୍ଟ କରିବା ସହିତ ଗୁରୁ ନନାଙ୍କର ଫାର୍ମରେ ଥିବା ବାଇଗଣ, ଭେଣ୍ଡି, କଦଳୀ, ସବୁ ପନିପରିବା ନଷ୍ଟ କରିଦେଇଛି l ହାତୀ ଦିନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଟାଙ୍ଗରମୁଣ୍ଡି ଓ ମହାପଦା ମଧ୍ୟରେ ରହିଲା ହେଲେ ଫରେଷ୍ଟର ଗାଡ଼ି ର ଦେଖା ମିଳିଲାନାହିଁ l ସନ୍ଧ୍ୟା 6ଟା ପରେ ଫରେଷ୍ଟର ଗାଡି ଆସି ପହଞ୍ଚିଥିଲା l ତାପରେ ହାତୀ ଜଙ୍ଗଲ ମୁହାଁ ହୋଇଥିଲା l ଗ୍ରାମବାସୀ ମାନଙ୍କର ଅଭିଯୋଗ ହାତୀ ଓ ମଣିଷ ର ମଧ୍ୟରେ ଚାଲିଥିବା ଛକା ପଞ୍ଝା ର ଅନ୍ତ ଘଟିବ l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
