Slug :ବନ୍ୟା ପରିସ୍ଥିତି ପରିଦର୍ଶନ କରି ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କଲେ ଉପ ମୁଖ୍ୟମନ୍ତ୍ରୀ
Format :Avb
Report : bibhuti bhusana nayak /bhadrak
Anchor :ଭଦ୍ରକ ରେ ବନ୍ୟା ପରିସ୍ଥିତି ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଭଦ୍ରକ ଗସ୍ତରେ ଆଜି ଆସି ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଦେଖିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ରିଲିଫ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ, ପରେ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ସହ ଅନ୍ୟ ବରିଷ୍ଟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବିଶେଷ କରି ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ତୁରନ୍ତ କ୍ଷୟ କ୍ଷତି ଆକଳନ କରି ସରକାର କୃଷକ ଭାଇ ମାନଙ୍କୁ ସାହାଯ୍ୟ ଯୋଗାଇଦେବେ। ବନ୍ୟା ସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଥିବାରୁ ସମସ୍ତ ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି, ସମସ୍ତ ରିପୋର୍ଟ ଆସିବା ପରେ ସରକାର ସମସ୍ତ କ୍ଷତିଗ୍ରସ୍ତ ଙ୍କୁ ସରକାର ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,
