**ବ୍ରାହ୍ମଣୀ ନଦୀରେ ବୁଡ଼ିଥିବା ଯୁବକଙ୍କ ଆଜି ପର୍ଯ୍ୟନ୍ତ ମିଳୁନି ପତ୍ତା**
**ତାଳଚେର,୫.୮.୨୬:(ନିପ୍ର) ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତର କାକୁଡ଼ି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଚାରି ଦିନ ପୂର୍ବରୁ ଘଟିଥିବା ଅଘଟଣାରେ ନିଖୋଜ ହୋଇଥିବା ଯୁବକଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଫଳରେ ପରିବାର ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଶୋକର ପରିବେଶ ଦେଖାଦେଇଛି।
ସୂଚନା ଅନୁଯାୟୀ, ତିନିଜଣ ଯୁବକ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ହଠାତ୍ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ସୁରକ୍ଷାକର୍ମୀ ଓ ଲୋକଙ୍କ ତତ୍ପରତାରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଅନ୍ୟ ଜଣେ ଯୁବକ ନଦୀ ସ୍ରୋତରେ ନିଖୋଜ ହୋଇଯାଇଥିଲେ।
ଘଟଣା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଲଗାତାର ଖୋଜାଖୋଜି ଅଭିଯାନ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ପରିବାର ସଦସ୍ୟମାନେ ଶୀଘ୍ର ତାଙ୍କର ସନ୍ଧାନ ମିଳିବ ବୋଲି ଆଶା ରଖିଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି।
ଏହି ଘଟଣା ପୁଣିଥରେ ବର୍ଷା ଋତୁରେ ବ୍ରାହ୍ମଣୀ ନଦୀର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
