*ଘାଟମାଲରେ କଂଗ୍ରେସ ସେବା ଦଳ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନଘାଟମାଲ:*
ନୂଆପଡା(ମିଖାଏଲ ନନ୍ଦ)
ତା-୦୩/୦୮
ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି ସହାୟତାର ହାତ। ପଞ୍ଚାୟତର ତିନୋଟି ପ୍ରମୁଖ ଗାଁ ନଙ୍ଗଲଘାଟ, ଚିତାରମା ଓ ଝୋଲାପଡାରେ ବନ୍ୟା ଯୋଗୁଁ ଅନେକ ପରିବାର ଜଳବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କ ପାଖରେ କଂଗ୍ରେସ ସେବା ଦଳ ପକ୍ଷରୁ ଜରୁରୀକାଳୀନ ସହାୟତା ପହଞ୍ଚାଯାଇଛି।ଏହି ତିନୋଟି ଗ୍ରାମର ପ୍ରାୟ ୧୦୫ଟି ବନ୍ୟା ବିପନ୍ନ ପରିବାରକୁ ସେବା ଦଳ ତରଫରୁ ଶୁଖିଲା ଖାଦ୍ୟ ଏବଂ ସପ୍ତାହକ ପାଇଁ ଆବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ଘରୁ ବାହାରି ପାରୁନଥିବା ଏବଂ ରନ୍ଧାଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ସେବା ଦଳର କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ଏହି ସାମଗ୍ରୀ ବଣ୍ଟନ କରିଛନ୍ତି। ବିପତ୍ତି ସମୟରେ ଏଭଳି ସହାୟତା ପାଇଥିବାରୁ ସ୍ଥାନୀୟ ବାସିନ୍ଦା ସେବା ଦଳକୁ କୃତଜ୍ଞତା ଜଣାଇଛନ୍ତି।
